ଏଣିକି ନିର୍ମାଣ ଶ୍ରମିକ ବୋର୍ଡରେ ପଞ୍ଜିକୃତ ହେବେ ଓଡ଼ିଶା ଫେରନ୍ତା ନିର୍ମାଣ ଶ୍ରମିକ
Advertisement
Article Detail0/zeeodisha/odisha716005

ଏଣିକି ନିର୍ମାଣ ଶ୍ରମିକ ବୋର୍ଡରେ ପଞ୍ଜିକୃତ ହେବେ ଓଡ଼ିଶା ଫେରନ୍ତା ନିର୍ମାଣ ଶ୍ରମିକ

ପ୍ରାୟ ୧ଲକ୍ଷ ୬୦ହଜାର ଓଡ଼ିଶା ଫେରନ୍ତା ନିର୍ମାଣ ଶ୍ରମିକଙ୍କ ସବିଶେଷ ବିବରଣୀରୁ ପ୍ରଥମେ ଏହି ପଞ୍ଜିକରଣ କାର୍ଯ୍ୟ କରାଯିବ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ଏଣିକି କୋରୋନା ସମୟରେ ନିର୍ମାଣ ଶ୍ରମିକ ବୋର୍ଡରେ ପଞ୍ଜିକୃତ କରାଇବେ ଓଡ଼ିଶା ଫେରନ୍ତା ସମସ୍ତ ନିର୍ମାଣ ଶ୍ରମିକ । ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

ପ୍ରାୟ ୧ଲକ୍ଷ ୬୦ହଜାର ଓଡ଼ିଶା ଫେରନ୍ତା ନିର୍ମାଣ ଶ୍ରମିକଙ୍କ ସବିଶେଷ ବିବରଣୀରୁ ପ୍ରଥମେ ଏହି ପଞ୍ଜିକରଣ କାର୍ଯ୍ୟ କରାଯିବ । ଚଳିତ ମାସରେ ଜିଲ୍ଲା ଶ୍ରମ ଅଧିକାରୀ ଓ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ଏହା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କ୍ରମରେ ନିର୍ମାଣ ଶ୍ରମିକମାନେ ସିଧାସଳଖ ଅନ୍ ଲାଇନରେ ପଞ୍ଜିକରଣ, ନବୀକରଣ ଓ ଆର୍ଥିକ ସହାୟତା ଆବେଦନ କିପରି କରିପାରିବେ, ସେନେଇ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଏନେଇ ମଧ୍ୟ ଅତିଶୀଘ୍ର ସୁବିଧା ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନିଆଯିବ । 

;