Advertisement
Article Detail0/zeeodisha/odisha697739
Zee OdishaOdisha Khabarରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ

ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁପ୍ରିକୋର୍ଟରେ ରଥଯାତ୍ରା ଉପରେ ରୋକ ଲଗାଇବା ପାଇଁ ଏକ ଯାଚିକା ଦାଖଲ କରାଯାଇଥିଲା । ଗୁରୁବାର(ଆଜି) ଯାହା ଉପରେ ସର୍ବୋଚ୍ଚ କୋର୍ଟ ଶୁଣାଣି କରି ରଥଯାତ୍ରା ଉପରେ ରୋକ ଲଗାଇଥିଲେ ।

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ନ ଦେବା ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ । କ୍ୟାବିନେଟ ବୈଠକରେ ଉପସ୍ଥିତ ରହିବେ ଆଡଭୋକେଟ ଜେନେରାଲ ଅଶୋକ ପରିଜା । ଏହା ବ୍ୟତୀ ବୈଠକରେ ଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧକ୍ଷ ସୁରେଷ ମହାପାତ୍ର, ମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ଓ ଆଇନ ସଚିବ ବି ବୈଠକରେ ଉପସ୍ଥିତ ରହିବେ । ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କ୍ୟାବିନେଟରେ ଆଲୋଚନା ହେବ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁପ୍ରିକୋର୍ଟରେ ରଥଯାତ୍ରା ଉପରେ ରୋକ ଲଗାଇବା ପାଇଁ ଏକ ଯାଚିକା ଦାଖଲ କରାଯାଇଥିଲା । ଗୁରୁବାର(ଆଜି) ଯାହା ଉପରେ ସର୍ବୋଚ୍ଚ କୋର୍ଟ ଶୁଣାଣି କରି ରଥଯାତ୍ରା ଉପରେ ରୋକ ଲଗାଇଥିଲେ । ଏହାସହ କୋର୍ଟ କହିଛନ୍ତି ଯେ, "ଯଦି ଆମେ ଚଳିତ ବର୍ଷ ରଥଯାତ୍ରାକୁ ଅନୁମତି ଦେବୁ, ତେବେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ମହାମାରୀ ସମୟରେ ଏହି ଉପାୟରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇପାରିବ ନାହିଁ । ”

Add Zee News as a Preferred Source
About the Author