'ଉମ୍ଫୁନ'କୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଗାଇଡଲାଇନ୍ ଜାରି କଲା କୃଷି ବିଭାଗ
Advertisement

'ଉମ୍ଫୁନ'କୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଗାଇଡଲାଇନ୍ ଜାରି କଲା କୃଷି ବିଭାଗ

ସମ୍ଭାବ୍ୟ ବାତ୍ୟା ଯୋଗୁଁ ଉପୁଜିବାକୁ ଥିବା ସବୁ ପ୍ରକାର ସ୍ଥିତି ମୁକାବିଲା ପାଇଁ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ ରହିଛି । ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାର ୧୬ ସହରରେ ବିଜ୍ଞାପନ ହୋର୍ଡିଂ ଉଛେଦ  ହେବ। ଏ ସବୁ ଜିଲ୍ଲାର ସହର ଅଞ୍ଚଳର ବାତ୍ୟା ଆଶ୍ରୟ ସ୍ଥଳରେ ୬୩୦୦୦ ବେଡ଼ ରହିଛି । ଏଥିରୁ ୪୦୦୦ ବେଡ଼ରେ ପ୍ରବାସୀ ପୃଥକବାସରେ ରହିଛନ୍ତି । 

'ଉମ୍ଫୁନ'କୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଗାଇଡଲାଇନ୍ ଜାରି କଲା କୃଷି ବିଭାଗ

ଯଯାତି ମହାନ୍ତି, ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ବିଭାଗର ପ୍ରସ୍ତୁତି ବାବଦରେ ସମୀକ୍ଷା କରିଛନ୍ତି ପଂଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସମସ୍ତଙ୍କୁ ସ୍ୱଚ୍ଛ ପିଇବା ପାଣି ଯୋଗାଇବା ସରକାରଙ୍କ ପ୍ରାଥମିକତା ବୋଲି ସମୀକ୍ଷା ବୈଠକରେ ମନ୍ତ୍ରୀ କହିଛନ୍ତି । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ପାନୀୟ ଜଳ ପ୍ରକଳ୍ପରେ ଜେନେରେଟର ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ପାଣି ପହଂଚାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଖରିଫ ଚାଷ କାର୍ଯ୍ୟକ୍ରମ ପାଇଁ କୃଷି ବିଭାଗ ତତ୍ପରତା ଦେଖାଇଛି । ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ କୃଷି ମନ୍ତ୍ରୀ ସ୍ଥିତିର ଅନୁଧ୍ୟାନ କରିବା ସହ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଚାଷୀମାନଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କୃଷି ବିଭାଗ । ବିଲରେ ପଡ଼ିଥିବା ଅମଳ ଧାନକୁ ସୁରକ୍ଷିତ ରଖିବା ମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଛନ୍ତି ।

ସମ୍ଭାବ୍ୟ ବାତ୍ୟା ଯୋଗୁଁ ଉପୁଜିବାକୁ ଥିବା ସବୁ ପ୍ରକାର ସ୍ଥିତି ମୁକାବିଲା ପାଇଁ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ ରହିଛି । ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାର ୧୬ ସହରରେ ବିଜ୍ଞାପନ ହୋର୍ଡିଂ ଉଛେଦ  ହେବ। ଏ ସବୁ ଜିଲ୍ଲାର ସହର ଅଞ୍ଚଳର ବାତ୍ୟା ଆଶ୍ରୟ ସ୍ଥଳରେ ୬୩୦୦୦ ବେଡ଼ ରହିଛି । ଏଥିରୁ ୪୦୦୦ ବେଡ଼ରେ ପ୍ରବାସୀ ପୃଥକବାସରେ ରହିଛନ୍ତି । ସଙ୍ଗରୋଧ ପାଇଁ ଅଲଗା ବ୍ୟବସ୍ଥା କରାଯାଉଛି । ସେହିପରି ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳରେ ପିଇବା ପାଣି ପ୍ରକଳ୍ପରେ ଜେନରେଟର ବ୍ୟବସ୍ଥା ହୋଇଛି । ଆବଶ୍ୟକ ପଡ଼ିଲେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ। ବାତ୍ୟା ଆଶ୍ରୟ ସ୍ଥଳୀରେ ବି ଜେନରେଟର ରଖାଯାଇଛି । ୭୬୦୦ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ । ୫ ଜିଲ୍ଲାକୁ ଫୋକସ କରିଛୁ । ୧୧ ରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛୁ। ଉମ୍ଫୁନ ସ୍ଥିତି ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ପ୍ରତିକ୍ରିୟାରେ ବିଭାଗୀୟ ପ୍ରସ୍ତୁତି କଥା କହିଛନ୍ତି ।

ଆଜିଠାରୁ ଆରମ୍ଭ ହେଲା ରାଜ୍ୟରେ ଖରିଫ ଚାଷ କାର୍ଯ୍ୟକ୍ରମ । କୋରୋନା କଟକଣା ସାଙ୍ଗକୁ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ୍ ଜାରି ହୋଇଛି । ଏବର୍ଷ ଖରିଫ ଋତୁରେ ୯୬ ଲକ୍ଷ ଟନ ଖାଦ୍ୟ ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି ସରକାର । ଧାନ ସହିତ ମୁଗ, ବିରି, ରାଶି, ଚିନାବାଦାମ ପାଇଁ ପ୍ରସ୍ତୁତି ସରିଛି । ଚାଷୀଙ୍କ ପାଇଁ ସବ୍‌ସିଡ଼ି ଦରରେ ସରକାର ଯୋଗାଉଥିବା ସାର, ବିହନ ସମବାୟ ସଂସ୍ଥା ପାଖରେ ପହଂଚିଗଲାଣି ବୋଲି ମନ୍ତ୍ରୀ କହିଛନ୍ତି । ୫ ଲକ୍ଷ ୭୦ ହଜାର ହେକ୍ଟରରେ ପନିପରିବା ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଖରିଫ ଋତୁରେ ଏବର୍ଷ ୭୫୦୦ କୋଟି ଋଣ ଦେବାକୁ ଲକ୍ଷ ରଖାଯାଇଛି। ସେହିପରି ସମ୍ଭାବ୍ୟ ବାତ୍ୟା ନେଇ ଚାଷୀଭାଇମାନଙ୍କୁ ଗାଇଡ଼୍‌ଲାଇନ୍ ଜରି ହେବା ସହ ପଂଚାୟତ ସ୍ତରରେ ହ୍ୱାଟସ୍‌ଆପ୍ ଗ୍ରୁପ କରାଯାଇଛି । ଅମଳ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ କ୍ଷେତରେ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ବିଭାଗ ପରାମର୍ଶ ଦେଇଛି ।
ଗୋଟିଏ ପଟେ କୋରୋନା ପାଇଁ ଚାଷ କାମ ପ୍ରଭାବିତ ହୋଇଥିବା ବେଳେ ଏବେ ଉପକୂଳ ଓ ଉତ୍ତର ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ଚାଷୀମାନଙ୍କୁ ଚିନ୍ତାରେ ପକାଇଛି । ଏଭଳି ସମୟରେ ସରକାରଙ୍କ ବିଭିନ୍ନ ବିଭାଗ ଚାଷୀମାନଙ୍କ ପାଇଁ କରିଥିବା ବ୍ୟବସ୍ଥା ଏମାନଙ୍କ ଅବସ୍ଥାରେ କେତେ ସୁଧାର ଆଣିପାରୁଛି, ତାହା ଉପରେ ନଜର ରହିବ ।