Advertisement
Article Detail0/zeeodisha/odisha689873
Zee OdishaOdisha Khabarରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତବର୍ଷ ଏପର୍ଯ୍ୟନ୍ତ ପାଖାପାଖି ୭ କିଲୋଗ୍ରାମ ବ୍ରାଉନସୁଗାର ଜବତ ହେଲାଣି ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ସରୋଜ ବେହେରା, ଭୁବନେଶ୍ୱର: କୋହଳ ହୋଇଛି ଲକଡାଉନ୍, ବଢ଼ୁଛି ବ୍ରାଉନସୁଗର କାରବାର । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଜବତ ହୋଇଛି ଆନୁମାନିକ କୋଟିଏ ଟଙ୍କାର ବ୍ରାଉନସୁଗାର । ଘଟଣାରେ ବେଗୁନିଆର ୨ ଅଭିଯୁକ୍ତ  ବିଭୁତି ଭୁଷଣ ଜେନା ଓ ଜଙ୍କିଆର ଅଜୟ ମହାପାତ୍ର ଗିରଫ ହୋଇଛନ୍ତି । ତେବେ ବ୍ରାଉନସୁଗାର ଡିଲର ଅଭିଯୁକ୍ତ ବାପି ମଙ୍ଗରାଜ ଫେରର ହେବାରେ ସଫଳ ହୋଇଛି । ତାକୁ ଧରିବା ପାଇଁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତବର୍ଷ ଏପର୍ଯ୍ୟନ୍ତ ପାଖାପାଖି ୭ କିଲୋଗ୍ରାମ ବ୍ରାଉନସୁଗାର ଜବତ ହେଲାଣି । ରାଜ୍ୟରେ ଚାଲିଛି କୋଟି କୋଟି ଟଙ୍କାର ବ୍ରାଉନସୁଗାର କାରବାର । ଲକଡାଉନ୍ ଯୋଗୁଁ କିଛି ଦିନ ଏହି କାରବାର ଠପ୍ ହୋଇଥିଲା । ଆଉ ଲକଡାଉନ୍ କୋହଳ ପରେ ପୁଣିଥରେ ସକ୍ରିୟ ହୋଇଛି । ତେବେ କ୍ରାଇମବ୍ରାଞ୍ଚର ଆଗୁଆ ସତର୍କତା ଯୋଗୁଁ ଧରା ପଡ଼ିଛନ୍ତି ବ୍ରାଉନସୁଗାର ମାଫିଆ । 

କେଉଁଠୁ ଆସୁଛି ବ୍ରାଉନସୁଗାର ? 

Add Zee News as a Preferred Source

ଏବେ ଆପଣଙ୍କ ଭିତରେ ପ୍ରଶ୍ନ ଆସୁଥିବ, କୋଟି କୋଟି ଟଙ୍କାର ବ୍ରାଉନସୁଗାର ଆସୁଛି କେଉଁଠୁ । କ୍ରାଇମବ୍ରାଞ୍ଚ ଯାହା ଜାଣିବାକୁ ପାଇଛି, ଓଡ଼ିଶାକୁ ବ୍ରାଉନସୁଗାର ଗୋଟିଏ ନିର୍ଦ୍ଦିଷ୍ଟ ରୁଟରେ ହିଁ ଆସୁଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ଜଳେଶ୍ୱର ଦେଇ ଭୁବନେଶ୍ୱର ପହଞ୍ଚିଛି ବ୍ରାଉନସୁଗାର । ଆଉ ଏହାର କିଛି ନିର୍ଦ୍ଦିଷ୍ଟ ଗ୍ରାହକ ମଧ୍ୟ ଅଛନ୍ତି । ତେବେ ଗିରଫ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ଏହା ଉପରୁ ପରଦା ହଟିପାରେ । 

About the Author