• ଗିରଫ ହେଲେ ଆଇଏଫଏସ ଏକେ ପାଠକ । ତାଙ୍କ ସହିତ ପୁଅ ଆକାଶ ମଧ୍ୟ ଗିରଫ II
  • ବିଧାନସଭା ସମ୍ମୁଖରୁ ୧୦ରୁ ୧୫ ଯୁବକଙ୍କୁ ଉଠାଇ ନେଲା ପୋଲିସ ।
  • ବାଇକ୍‌ରେ ଏଜି ଛକରୁ ଆସୁଥିଲା ବେଳେ ଉଠାଇ ନେଲା ॥
  • ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ।
  • ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିଜେପି କର୍ମୀ, ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ॥
  • ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ନୟାଗଡ଼ରେ କ୍ରାଇମବ୍ରାଞ୍ଚ ADG ଯଶୋବନ୍ତ ଜେଠୁଆ ।
  • ନୟାଗଡ଼ ସଦର ଥାନାରୁ ତଦନ୍ତ ଆରମ୍ଭ କଲା ୭ ଜଣିଆ ଟିମ୍॥
  • ପରୀ ହତ୍ୟାକାଣ୍ଡର ତଦନ୍ତ କରିବ SIT ଟିମ । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ପିଆଜ ମାରିଲା ସେଞ୍ଚୁରୀ!

ରାଜ୍ୟରେ କିଲୋଗ୍ରାମ ପିଛା ଦର ୧୦୦ ଟଙ୍କା ଟପିଛି। ତେବେ ରାଜଧାନୀ ଭୁବନେଶ୍ୱରରେ ଅନ୍ୟ ଜିଲ୍ଲା ଅପେକ୍ଷା ଏହା ଶସ୍ତା ରହିଛି। 

ରାଜ୍ୟରେ ପିଆଜ ମାରିଲା ସେଞ୍ଚୁରୀ!
ଡିଜାଇନ ଫଟୋ

ଭୁବନେଶ୍ୱର: ଗତ କିଛି ସପ୍ତାହ ହେଲା ରାଜ୍ୟରେ ବେଲଗାମ ଅ।ଳୁ ଓ ପିଅ।ଜ ଦର। କେତେବେଳେ ପିଅ।ଜ କିଲୋପିଛି ଦର ୯୦ ତ କେତେବେଳେ ୬୦ ଟଙ୍କା ରହୁଛି । କିନ୍ତୁ ଆଜି ଏହା ସେଞ୍ଚୁରୀ ବାଡେଇଛି। ଗଜପତି ଓ କେନ୍ଦ୍ରାପଡାର ଏକାଧିକ ମାର୍କେଟରେ ପିଆଜ କିଲୋପିଛା ଶହେ ଟଙ୍କାରେ ବିକ୍ରି ହେଉଛି।

ଓଡିଶାର ପରିବା ମାର୍କେଟରେ ଏବେ ଲାଗିଛି ନିଆଁ। ବଜାରକୁ ଗଲେ ଲୋକେ ପରିବାରେ ହାତ ମାରିବାକୁ ଡରୁଛନ୍ତି। କିଛି ଦିନ ତଳେ କିଲୋ ପିଛି ଆଳୁ ୨୦ ଟଙ୍କା ଥିବା ବେଳେ ଏବେ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। ସେହିପରି ପିଆଜ ଦରରେ ବି ତାଳମେଳ ରହୁନାହିଁ। ପିଅ।ଜ ଓ ଅ।ଳୁସଂଙ୍କଟର  ସୁଯୋଗ ନେଇ କିଛ ଅସାଧୁ ବ୍ୟବସାୟୀ ମନଇଚ୍ଛା ଦରରେ ବିକ୍ରିକରୁଛନ୍ତି। 

ଆଜି ହଠାତ ଗଜପତି ମାର୍କେଟରେ ପିଆଜର କିଲୋପିଛା ଦର ୧୦୦ ହୋଇ ଯାଇଛ। କେନ୍ଦ୍ରାପଡା ପଟ୍ଟାମୁଣ୍ଡେଇରେ ବି ଶହେ ଟଙ୍କା ଦରରେ ପିଆଜ ବିକ୍ରି କରାଯାଉଛି। ସେପଟେ କିନ୍ତୁ ରାଜ୍ୟ ରାଜଧାନୀରେ ଏହାର ମୂଲ୍ୟ ହ୍ରାସ ପାଇଛି। ନୂଆ ପିଆଜ ଆସିବା ଯୋଗୁଁ ଏବେ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଛି।

ଅ।ଗକୁ କାର୍ତ୍ତିକ ମାସ ଅ।ସୁଥିବାରୁ ରାଜଧାନୀରେ ପିଅ।ଜ ଦରରେ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ଅ।ଳୁ ଠାରୁ ଅ।ରମ୍ଭ କରି ଅନ୍ୟାନ୍ୟ ସବୁଜ ପନିପରିବା ଖାଉଟିଙ୍କ ମୁଣ୍ଡରେ ଚଡକ ପକାଇଛି। ବଜାର ଦର ଉପରେ ଜିଲ୍ଲା ପ୍ରଶାସନର ନିୟନ୍ତ୍ରଣ ରହୁ ନଥିବାରୁ ମନଚଛା ଚଢାଦରରେ ପନିପରିବା ବିକ୍ରି ହେଉଛି। ସେପଟେ ଆସନ୍ତା ୨ ମାସ ଯାଏଁ ପନିପରିବା ଦର କମିବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ କହିଥିଲେ।

ସେପଟେ ଅ।ଳୁ ପିଅ।ଜ ଦରକୁ ନେଇ ଖାଉଟି ମୁଣ୍ଡରେ ଚଡକ ପଡିଥିବା ବେଳେ ପ୍ରଶାସନର ଦର ନିୟନ୍ତ୍ରଣ ଉପରେ କୈାଣସି ଅଙ୍କୁଶ ନାହିଁ । ଗୋଦାମ ମାଲିକଙ୍କ କହିବା କଥା ନାସିକ ଓ ପଶ୍ଚିମବଙ୍ଗରୁ ପିଅ।ଜ ଓ ଅ।ଳୁ ଅ।ମଦାନୀ କମ ରହୁଥିବାରୁ ଦରଦାମ ବୃଦ୍ଧି ହେଉଛି। ପୁର୍ବରୁ ଅ।ମଦାନୀ କରି କିଛି ବଡ ବ୍ୟବସାୟୀ ଅ।ଳୁ ପିଅ।ଜକୁ ମହଜୁଦ ରଖି ବଜାରକୁ କମ ପରିମାଣର ଛାଡୁ ଥିବାରୁ ଦରଦାମରେ ନିୟନ୍ତ୍ରଣ ରହୁନଥିବା ଅଭିଯୋଗ ହୋଇଛି ।