ପୁରୀ: କୋରୋନା ମୁକାବିଲା ନେଇ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ହେଲେ କୋରୋନାକୁ ନେଇ ପ୍ରଭାବ ପଡିନି ଓଡିଶୀ ଶିକ୍ଷାଦାନରେ । ଅନଲାଇନ ମାଧ୍ୟମରେ ଭିଡିଓ କନଫରେନ୍ସିଂରେ ଦିଆଯାଉଛି ଓଡିଶୀ ଶିକ୍ଷା । ପୁରୀରେ ଆନ୍ତର୍ଜାତୀୟ ନୃତ୍ୟଗୁରୁ ଓଡିଶୀ ନୃତ୍ୟାଙ୍ଗନା ରୋଜାଲିନ ମହାନ୍ତି ନିଜ ଘରେ ରହି ଜିଲ୍ଲା, ରାଜ୍ୟ ବାହାର ଓ ବିଦେଶର ଇଟାଲୀ, ଜାପାନ ଓ ଋଷର ଛାତ୍ରୀମାନଙ୍କୁ ହ୍ୱାଟସଅପ ଭିଡିଓକଲିଂରେ ଦେଉଛନ୍ତି ଓଡିଶୀ ଶିକ୍ଷା ।
ସକାଳୁ କିଛି ଛାତ୍ରୀମାନେ ନିଜେ ଘରେ ଅଭ୍ୟାସ କରି ତାହା କେତେଦୁର ଠିକ ହୋଇଛି କି ନାହିଁ ସେ ନେଇ ନୃତ୍ୟଗୁରୁଙ୍କୁ ଭିଡିଓ ପଠାଇ ତୃଟି ସୁଧାରୁଛନ୍ତି । ଆଉ ବିଦେଶୀ ଛାତ୍ରୀମାନେ ଭାରତରେ କୋରୋନା ସ୍ଥିତି ସମ୍ପର୍କରେ ବୁଝିବା ସହ ଓଡିଶୀ ନୃତ୍ୟ ଶିକ୍ଷା କରି ନିଜକୁ ୱାର୍ମଅପ କରିବା ଦ୍ୱାରା କୋରୋନା ଦୂରେଇ ଯିବ ବୋଲି ସେମାନେ କହିଛନ୍ତି । ଆଉ ଛାତ୍ରୀମାନେ ବି ଲକ୍ ଡାଉନ୍ ସମୟରେ ଘରେ ରହି ପାଠପଢା ସହ ସମୟ ଅଧିକା ମିଳୁଥିବାରୁ ଅନଲାଇନରେ ଓଡିଶୀ ଶୀକ୍ଷା ବେଶ ଖୁସି ଆଣିଦେଉଛି ।
ଲକ୍ ଡାଉନରେ ଘରେ ରହି ଓଡିଶୀ ନୃତ୍ୟ ଶିକ୍ଷାଲାଭ କରିପାରୁଛନ୍ତି ଛାତ୍ରୀ । ପୁଣି ସୋସିଆଲ ମିଡିଆର ସାହାର୍ଯ୍ୟରେ । ତେଣୁ ସରକାରଙ୍କ ପରାମର୍ଶ ମାନି ଏଭଳି ହ୍ୱାଟସଅପରେ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ଦେଉଥିବା ନୃତ୍ୟାଙ୍ଗନାଙ୍କ ପ୍ରୟାସ ବେଶ ସ୍ୱାଗତଯୋଗ୍ୟ ।