ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ: ମନ୍ତ୍ରୀ କହିଲେ, ଚୂନା ଥିଲେ ତ ପିଠା କରିବୁ...
Advertisement

ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ: ମନ୍ତ୍ରୀ କହିଲେ, ଚୂନା ଥିଲେ ତ ପିଠା କରିବୁ...

ଧର୍ମଘଟରେ ଗାଡି ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି । 

ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ: ମନ୍ତ୍ରୀ କହିଲେ, ଚୂନା ଥିଲେ ତ ପିଠା କରିବୁ...

ମଳୟ ମହାନ୍ତି, ଭୁବନେଶ୍ୱର: ଓଡିଶା ମୋଟର ଚାଳକ ସଂଘର ଧର୍ମଘଟ । ସାରା ରାଜ୍ୟରେ ଧର୍ମଘଟ ଆରମ୍ଭ ହୋଇଛି । ତିନି ମାସର କ୍ଷତି ପୂରଣ ସମେତ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି ଏବଂ ଶ୍ରମ ବିଭାଗ ଦ୍ୱାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଏହା ସହ କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିବାକୁ ମଧ୍ୟ ଦାବି ହୋଇଛି । ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲା ପରେ ଯାଇ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛି ସଂଘ । ଧର୍ମଘଟରେ ଗାଡି ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି । 

fallback

ସେପଟେ ଓଡିଶା ମୋଟର ଚାଳକ ସଂଘର ଆନ୍ଦୋଳନ ଓ ଦାବି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସଂଘର ଦାବି ଯୁକ୍ତିଯୁକ୍ତ । ସେମାନଙ୍କ ପାଇଁ ବିମାର ଆବଶ୍ୟକତା ଅଛି । ସେମାନେ ଲିଖିତ ଆକାରରେ ଆମକୁ ଜଣାଇଥିଲେ । ଆମେ ସେମାନଙ୍କୁ ଅସହମତି ଦେଇନୁ । ସେମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଚାରାଧୀନ ଅଛି ।  ସରକାରଙ୍କ ଆର୍ଥିକ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । 

fallback

ପରିବହନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମ ପାଖରେ ଚୂନା ଥିଲେ ତ ଯାଇଁ ପିଠା କରିବୁ । ବର୍ତ୍ତମାନ ସମସ୍ତଙ୍କର ଦରମା କାଟ ଚାଲିଛି । ରାଜ୍ୟର ରାଜସ୍ୱ ଆଦାୟ କମିଯାଇଛି । ଆମେ ବି ଦରମା ପାଉନୁ । ୭୦% ଦରମା ଆମର ବି କଟିଛି । MLA  LAD ସବୁ ବନ୍ଦ ଅଛି । ସମସ୍ତେ କୋରୋନା ତାଲା ବନ୍ଦରେ ପ୍ରଭାବିତ ହୋଇଛନ୍ତି । ଆମ ବିଭାଗ ତରଫରୁ ବସ ମାଲିକଙ୍କୁ  ଏନେଇ କୁହାସରିଛି ବୋଲି କହିଛନ୍ତି ପଦ୍ମନାଭ ।