5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏବଂ ଉନ୍ନୟନ ସଚିବ ସୁରେଶ ମହାପାତ୍ରଙ୍କ ଅଚାନକ ସମ୍ବଲପୁର କୋଭିଡ 19 ହସ୍ପିଟାଲ ପରିଦର୍ଶନ ।
Trending Photos
)
ଅଜୟ କୁମାର ନାଥ: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ କାର୍ତ୍ତିକେୟନ ପଣ୍ଡିଆନ କୋଭିଡ ୧୯ ହସ୍ପିଟାଲର ଅଚାନକ ପରିଦର୍ଶନ କରିଛନ୍ତି । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ ୧୯ ହସ୍ପିଟାଲରେରେ ପରିଣତ କରାଯାଇଛି । ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ବୁଧବାର ଦିନ ଦୁଇଟା ବେଳେ ୫ଟି ସଚିବ ପଣ୍ଡିଆନ ଓ ରାଜ୍ୟ ସରକାରଙ୍କ ଉନ୍ନୟନ ସଚିବ ସୁରେଶ ମହାପାତ୍ର ସମ୍ବଲପୁର କୋଭିଡ ୧୯ ହସ୍ପିଟାଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
କୋଭିଡ ୧୯ ହସ୍ପିଟାଲରେ ଆଇସିୟୁ , ଓ୍ଵାଡ , ଏକାନ୍ତ ବାସ କକ୍ଷ, ସଙ୍ଗରୋଧ କକ୍ଷର ସମୀକ୍ଷା କରିଥିଲେ ପାଣ୍ଡିୟାନ । ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ରୋଗୀଙ୍କୁ କେଉଁ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ତାକୁ ପଚାରି ବୁଝିଥିଲେ । ରାଜ୍ୟରେ ଅନ୍ୟ ଜିଲ୍ଲା ମାନଙ୍କରେ କୋଭିଡ ୧୯ ହସ୍ପିଟାଲ ଆରମ୍ଭ ହୋଇସାରିଥିବା ବେଳେ ସମ୍ବଲପୁରରେ ଶୀଘ୍ର କାମ ଶେଷ କରି କୋଭିଡ 19 ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।