Advertisement
Article Detail0/zeeodisha/odisha699314

ପତଞ୍ଜଳି ଯୋଗ ସମିତି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ପ୍ରଶିକ୍ଷକ ଗିରିଜା ଦେବୀଙ୍କ ପ୍ରଶିକ୍ଷଣରେ ସମିତିର ସମସ୍ତ ସଦସ୍ୟ ଯୋଗଭ୍ୟାସ କରିଥିଲେ । ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ରୋଗ ପ୍ରତି ରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀର ସୁସ୍ଥ ସବଳ ରହିବ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସମ୍ୱଲପୁର: ଆଜି ହେଉଛି ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ । ସାରା ବିଶ୍ଵରେ ଏହି ଦିବସକୁ ପାଳନ କରାଯାଉଛି । ସେହି ଭଳି ଭାବରେ ସମ୍ବଲପୁର ପତଞ୍ଜଳି ଯୋଗ ସମିତି ତରଫରୁ ଆଜି(ରବିବାର) ଯୋଗ ଦିବସ ପାଳନ କରାଯାଇଛି । 

ପ୍ରଶିକ୍ଷକ ଗିରିଜା ଦେବୀଙ୍କ ପ୍ରଶିକ୍ଷଣରେ ସମିତିର ସମସ୍ତ ସଦସ୍ୟ ଯୋଗଭ୍ୟାସ କରିଥିଲେ । ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ରୋଗ ପ୍ରତି ରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀର ସୁସ୍ଥ ସବଳ ରହିବ । କୋରୋନା ପରି ମହାମାରୀକୁ ପ୍ରତିହତ କରିବାକୁ ହେଲେ ପ୍ରତିଦିନ ନିଜ ଶରୀରକୁ ଯୋଗ ଦ୍ୱାରା  ସୁସ୍ଥ ସବଳ କରିବାକୁ ହେବ । ବର୍ତ୍ତମାନ ଏହି ଯୋଗ ଭାରତରୁ ପ୍ରସାରିତ ହୋଇ ବିଶ୍ୱବାସୀଙ୍କୁ ସୁସ୍ଥ ସବଳ ରଖିବାରେ ସହାୟକ ହୋଇଛି । ସେଥିପାଇଁ ସମସ୍ତେ ଏହାକୁ ଆପଣେଇ ନିଜକୁ ସୁରକ୍ଷିତ ରଖିବେ ବୋଲି କହିଥିଲେ ସମିତିର ପ୍ରଶିକ୍ଷକ ।

Add Zee News as a Preferred Source
About the Author