ଯାହା ଜଣାପଡିଛି, ଏକ ଫଡ଼ିଘର ମରାମତି ପାଇଁ ୧୦ଲକ୍ଷ ୩୭ ହଜାର ଟଙ୍କା ମଞ୍ଜୁରି ହୋଇଥିଲା । ତେବେ ଏହି ଟଙ୍କାରୁ ପିସି ବାବଦକୁ ୧ଲକ୍ଷ ୬୬ ହଜାର ଟଙ୍କା ରେଞ୍ଜର ଜଗନ୍ନାଥ ଦାସଙ୍କ ହାତରେ ମଗାଇଥିବା ଅଭିଯୋଗ ହୋଇଥିଲା ।
Trending Photos
)
ପ୍ରଦୀପ୍ତ କୁମାର ମିଶ୍ର, ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଉପଖଣ୍ଡ କେନ୍ଦୁଲିଫ ଡିଏଫଓ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀ । ପାଟଣାଗଡ଼ ରେଞ୍ଜର ଜଗନ୍ନାଥ ଦାସଙ୍କ ଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଅଫିସ ଏବଂ ଉଭୟଙ୍କ ବାସଭବନରେ ଚଢ଼ାଉ କରାଯାଇଛି ।

ଯାହା ଜଣାପଡିଛି, ଏକ ଫଡ଼ିଘର ମରାମତି ପାଇଁ ୧୦ଲକ୍ଷ ୩୭ ହଜାର ଟଙ୍କା ମଞ୍ଜୁରି ହୋଇଥିଲା । ତେବେ ଏହି ଟଙ୍କାରୁ ପିସି ବାବଦକୁ ୧ଲକ୍ଷ ୬୬ ହଜାର ଟଙ୍କା ରେଞ୍ଜର ଜଗନ୍ନାଥ ଦାସଙ୍କ ହାତରେ ମଗାଇଥିବା ଅଭିଯୋଗ ହୋଇଥିଲା । ଆଉ ରେଞ୍ଜରଙ୍କ ପାଖରୁ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡିଏଫଓ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀ । ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ।
ଚଢ଼ାଉ ବେଳେ ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ, ପିକେ କିଷାନ, ଆଇଆଇସି ସଦାନନ୍ଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଭିଜିଲାନ୍ସ ଟିମରେ ବଲାଙ୍ଗୀର, ବରଗଡ଼, ସୋନପୁର ଓ ରାଉରକେଲାର ଅଧିକାରୀମାନେ ସାମିଲ ହୋଇଥିଲେ ।