Advertisement
Article Detail0/zeeodisha/odisha682421

ରାଜ୍ୟରେ ବଢ଼ିବ ପେଟ୍ରୋଲ-ଡିଜେଲ ଦର

ରାଜ୍ୟ ସରକାରଙ୍କ ଭ୍ୟାଟ ବୃଦ୍ଧି ପରେ ପାଖାପାଖି ପେଟ୍ରୋଲରେ ୩ ଟଙ୍କା ୧୧ ପଇସା ଓ ଡିଜେଲରେ ୧ ଟଙ୍କାରୁ ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: କୋରୋନା ସଙ୍କଟ ମଧ୍ୟରେ ରାଜ୍ୟ ସରକାର ତୈଳ ଉପରେ ଭ୍ୟାଟ୍ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି । ଫଳରେ ରାଜ୍ୟରେ ବଢିବ ପେଟ୍ରୋଲ ଡିଜେଲ ଦର । ରାଜ୍ୟ ସରକାର ପେଟ୍ରୋଲ ଉପରେ ୬ ପ୍ରତିଶତ ଓ ଡିଜେଲରେ ୨ ପ୍ରତିଶତ ଭ୍ୟାଟ ବୃଦ୍ଧି କରିଛନ୍ତି । ପେଟ୍ରୋଲ ଉପରେ ପୂର୍ବରୁ ୨୬ ପ୍ରତିଶତ ଭ୍ୟାଟ ରହିଥିବା ବେଳେ ରାଜ୍ୟ ସରକାର ଏହାକୁ ୩୨ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।

ସେହିପରି ଡିଜେଲ ଉପରେ ୨୬ ପ୍ରତିଶତ ଭ୍ୟାଟ ଥିବା ବେଳେ ୨୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ଭ୍ୟାଟ ବୃଦ୍ଧି ପରେ ପାଖାପାଖି ପେଟ୍ରୋଲରେ ୩ ଟଙ୍କା ୧୧ ପଇସା ଓ ଡିଜେଲରେ ୧ ଟଙ୍କାରୁ ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏବେ ପେଟ୍ରୋଲ ଦର ୬୮ ଟଙ୍କା ୫୫ ପଇସା ରହିଥିବା ବେଳେ ଡିଜେଲ ରହିଛି ୬୨ ଟଙ୍କା ୯୦ ପଇସା ।

Add Zee News as a Preferred Source
About the Author