ଯାହା ସୂଚନା ମିଳୁଛି, ବର୍ତ୍ତମାନ ସର୍ଚ୍ଚ ଅପରେଶନ ଜାରି ରହିଛି ।
Trending Photos
ଅଶୋକ ମିଶ୍ର, ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ । ସ୍ୱାଭିମାନ ଅଞ୍ଚଳରେ ଥିବା ପଣସପୁଟରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ମାଲକାନଗିରି ଏସଓଜି, ଡିଭିଏଫ ଓ ଆନ୍ଧ୍ର ଗ୍ରେହଣ୍ଡ ମିଳିତ ଭାବେ ସର୍ଚ୍ଚ ଅପରେସନ କରୁଛନ୍ତି ।
ଯାହା ସୂଚନା ମିଳୁଛି, ବର୍ତ୍ତମାନ ସର୍ଚ୍ଚ ଅପରେଶନ ଜାରି ରହିଛି । ଏଠି ମାଓ କ୍ୟାମ୍ପ ଚାଲୁଥିବା ନେଇ କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଛି ।
କହିରଖୁଛୁ, ଗତ ୧୬ ତାରିଖରେ ମଧ୍ୟ ସ୍ୱାଭିମାନ ଅଞ୍ଚଳରେ ଗୁଳିବିନିମୟ ହୋଇଥିଲା । ଏହି ସମୟରେ ପୋଲିସ ଦ୍ୱାରା ବ୍ୟାପକ ମାଓ ସାମଗ୍ରୀ ଜବତ ହୋଇଥିଲା । ତେବେ ଗୁଳିବିନିମୟ ବେଳେ ମାଓ ନେତା ଆରକେଓ ପୋଲିସକୁ ଚକମା ଦେଇ ଖସି ପଳାଇଥିଲା ।