ପୂର୍ବରୁ ସଂଗରୋଧ ଅବଧି ୧୪ ଦିନ ଥିବା ବେଳେ ବର୍ତ୍ତମାନ ତାହା ୭ ଦିନ କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରଶ୍ନ ଉଠାଇଛନ୍ତି । ଏହାସହ ସେ ସଂଗରୋଧ୍ ଅବଧି ବଢ଼ାଇବା ପାଇଁ ଦାବି କରିଛନ୍ତି ।
Trending Photos
ଭୁବନେଶ୍ୱର: ସାରା ଦେଶରେ ଦିନକୁ ଦିନ ମହାମାରୀ କୋରୋନା କାୟା ବିସ୍ତାର ଚାଲିଛି । ଏହାସହ ଓଡ଼ିଶାରେ ମଧ୍ୟ କୋରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ସାରା ଦେଶରେ ଲକଡାଉନ ଜାରି ଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ବାହାର ରାଜ୍ୟରେ କାମ କରିବା ପାଇଁ ଯାଇଥିବା ପ୍ରବାସୀଙ୍କୁ ନିଜ ରାଜ୍ୟକୁ ନେଇ ଆସିବାର ବନ୍ଦୋବସ୍ତ କରୁଛନ୍ତି ସରକାର । ସେମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ସଙ୍ଗରୋଧ ଗୃହର ମଧ୍ୟ ବ୍ୟବସ୍ଥା କରିଛନ୍ତି ।
ହେଲେ ପୂର୍ବରୁ ସଂଗରୋଧ ଅବଧି ୧୪ ଦିନ ଥିବା ବେଳେ ବର୍ତ୍ତମାନ ତାହା ୭ ଦିନ କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରଶ୍ନ ଉଠାଇଛନ୍ତି । ଏହାସହ ସେ ସଂଗରୋଧ୍ ଅବଧି ବଢ଼ାଇବା ପାଇଁ ଦାବି କରିଛନ୍ତି । ତେବେ ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ପ୍ରବାସୀଙ୍କ ସ୍ଵାବ ନମୁନା ଯାଞ୍ଚ୍ ପାଇଁ ମଧ୍ୟ ସେ ଦାବି କରିଛନ୍ତି । ଯାଞ୍ଚ୍ ପାଇଁ ବ୍ୟବହାର ହେଉଥିବା କିଟ୍ ମହଜୁଦ ନାହିଁ । ତେବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସ୍ୱାବ୍ ନମୁନା ସଂଗ୍ରହ କିଟ୍ ଆଣି ସମସ୍ତ ପ୍ରବାସୀଙ୍କୁ ନମୁନା ପରୀକ୍ଷା କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ।