୧୦୦ ସେଣ୍ଟିମିଟର ଦୂରରୁ ବିପଦ ସୂଚନା ଦେଉଥିବା ଚଷମା ତିଆରି କଲେ ପ୍ରିୟବ୍ରତ
trendingNow,recommendedStories0/zeeodisha/odisha614386

୧୦୦ ସେଣ୍ଟିମିଟର ଦୂରରୁ ବିପଦ ସୂଚନା ଦେଉଥିବା ଚଷମା ତିଆରି କଲେ ପ୍ରିୟବ୍ରତ

ପିଲାଟି ଦିନରୁ ପ୍ରିୟବ୍ରତଙ୍କର ରହିଥିଲା ବିଜ୍ଞାନ ପ୍ରତି ରୁଚି

୧୦୦ ସେଣ୍ଟିମିଟର ଦୂରରୁ ବିପଦ ସୂଚନା ଦେଉଥିବା ଚଷମା ତିଆରି କଲେ ପ୍ରିୟବ୍ରତ

ଯାଜପୁର: ଦୃଷ୍ଟିହୀନଙ୍କ ପାଇଁ ଚଷମା । ଯଦିଓ ଏହି ଚଷମା ମାଧ୍ୟମରେ ଦେଖି ହେବ ନାହିଁ କିନ୍ତୁ ସମ୍ଭାବ୍ୟ ବିପଦକୁ ଟାଳି ହେବ । ଆଜ୍ଞା ହଁ ଏଭଳି ଏକ ଚଷମା  ତିଆରି  କରିଛନ୍ତି ପ୍ରହହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରିୟବ୍ରତ ସାହୁ । ପ୍ରିୟବ୍ରତ ନିଜ ବିଦ୍ୟାଳୟରେ ଥିବା ଅଟଳ ଟିଙ୍କରିଂ ଲ୍ୟାବରେ ଏହି ଚଷମା ତିଆରି କରିଛନ୍ତି । ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ତାଙ୍କ ବିଜ୍ଞାନ ଶିକ୍ଷକ ତୁଷାର କାନ୍ତି ମିଶ୍ର । ଏହି ଚଷମା ଦୃଷ୍ଟିହୀନମାନେ ପିନ୍ଧିଲେ ଆଗକୁ କୌଣସି ବିପଦ ଥିଲେ ୧୦୦ ସେଣ୍ଟିମିଟର ଦୂରରୁ ଏହା ସଙ୍କେତ ଦେବ । ଆଗରେ କୌଣସି ଜିନିଷ ରହିଥିଲେ ଏହା ବଜର ମାଧ୍ୟମରେ ଦୃଷ୍ଟିହୀନ ଜାଣିପାରିବେ । ସେହିପରି ଏହାକୁ ବଧିର ମାନେ ମଧ୍ୟ ବ୍ୟବହାର କରିପାରିବେ । କୌଣସି ବିପଦ ଆସିଲେ ବଧୀରଙ୍କୁ ଏହି ଚଷମା ଭାଇବ୍ରେଟ୍  କରିବା ସହ ସତର୍କ କରିବ ।

ପିଲାଟି ଦିନରୁ ପ୍ରିୟବ୍ରତଙ୍କର ରହିଥିଲା ବିଜ୍ଞାନ ପ୍ରତି ରୁଚି । ନିଜ ଗାଁରେ ଦୃଷ୍ଟିହୀନଙ୍କ ଦୁର୍ଦ୍ଦଶା ଦେଖିବା ପରେ ସେମାନଙ୍କ ପାଇଁ କିଛି କରିବାର ନିଷ୍ପତି ନେଇଥିଲେ ପ୍ରିୟବ୍ରତ । ନିଜ ବିଦ୍ୟାଳୟରେ ଖୋଲାଯାଇଥିବା ଅଟଳ ଟିଙ୍କରିଂ ଲ୍ୟାବ ସହାୟତାରେ ଏହି ଚଷମାକୁ ପ୍ରସ୍ତୁତ  କରିବାରେ ସକ୍ଷମ ହୋଇଛନ୍ତି ପ୍ରିୟବ୍ରତ । ପ୍ରିୟବ୍ରତଙ୍କ ଏଭଳି ସଫଳତା ନେଇ ନିଜ ସହପାଠୀଠାରୁ ଆରମ୍ଭ କରି ପ୍ରଧାନ ଶିକ୍ଷକ ବେଶ ଖୁସି । ଅଧିକ ଗବେଷଣା ପାଇଁ ପ୍ରିୟବ୍ରତଙ୍କୁ ସୁଯୋଗ ମିଳିଲେ ସେ ନୂଆ ନୂଆ ଜିନିଷ ନିର୍ମାଣ କରିପାରିବେ ।

ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ନିର୍ମାଣ ହୋଇଥିବା ଏହି ଅଟଳ ଟିଙ୍କରି ଲ୍ୟାବ ବେଶ ଲାଭଦାୟକ ହୋଇପାରିଛି । ପ୍ରିୟବ୍ରତଙ୍କ ଏଭଳି ଉଦ୍ଭାବନ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

Trending news