Advertisement
Article Detail0/zeeodisha/odisha701931
Zee OdishaOdisha Khabarମାଷ୍ଟର କ୍ୟାଣ୍ଟିନରେ ଏକାଠି ହେଲେ, ସରକାରଙ୍କୁ ଘେରିଲେ...

ମାଷ୍ଟର କ୍ୟାଣ୍ଟିନରେ ଏକାଠି ହେଲେ, ସରକାରଙ୍କୁ ଘେରିଲେ...

କୋରୋନା ପରିଚାଳନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲମ୍ବା ବିଫଳତା ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରିଛନ୍ତି ରାଜ୍ୟର ୧୩ଟି ଆଞ୍ଚଳିକ ଦଳ ।

ଫାଇଲ ଫଟୋ
ଫାଇଲ ଫଟୋ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: କୋଭିଡ୍ ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ୧୩ଟି ବିରୋଧୀ ଦଳର ମିଳିତ ପ୍ରତିବାଦ । କଂଗ୍ରେସ ସହିତ ଆପ, ସିପିଆଇଏମ ଓ ଅନ୍ୟ ବାମ ଦଳ ଏକାଠି ହୋଇ ମାଷ୍ଟର କେଣ୍ଟିନଠାରେ ପ୍ରତିବାଦ କରିଛନ୍ତି । କୋଭିଡ଼ ସଂକ୍ରମଣ ରୋକିବାରେ ସରକାରଙ୍କ ବିଫଳତା, ଶ୍ରମିକଙ୍କୁ କର୍ମ ନିଯୁକ୍ତି, ପ୍ରବାସୀଙ୍କୁ ୨ ହଜାର ଟଙ୍କା ଦେବାକୁ କଥା ଦେଇ ଭଣ୍ଡେଇବା ଓ ମାସ୍କ, ପିପିଇ କିଟ ପରି ବିଭିନ୍ନ କୋଭିଡ ସାମଗ୍ରୀ କିଣାରେ ମହାଦୁର୍ନୀତିକୁ ନେଇ ପ୍ରତିବାଦ କରାଯାଇଛି । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଛି ମିଳିତ ବିରୋଧୀ ଦଳ । 

କୋରୋନା ପରିଚାଳନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲମ୍ବା ବିଫଳତା ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରିଛନ୍ତି ରାଜ୍ୟର ୧୩ଟି ଆଞ୍ଚଳିକ ଦଳ । ୧୭ଦଫା ଦାବି ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାସହ ପ୍ରତିବାଦ କରିଛନ୍ତି । ଟେଷ୍ଟିଂ ବଢ଼ାଇବା, କ୍ଵାରେଣ୍ଟାଇନ ପାଇଁ ୨ ହଜାର ଟଙ୍କା ପ୍ରଦାନ ,୬ମାସ ଯାଏ ମାସିକ ୭୫୦୦ଟଙ୍କା ଦେବା , ମୁଣ୍ଡପିଛା ୧୦କିଲୋ ଚାଉଳ ଗହମ ଯୋଗାଇ ଦେବା, ପ୍ରବାସୀ ଶ୍ରମିକଙ୍କ ଗ୍ରସ୍ତ ଖର୍ଚ୍ଚ ଦେବା ଇତ୍ୟାଦି ଦାବି ହୋଇଛି । 

ସେହିପରି ଚାଷୀଙ୍କୁ ସହାୟତା, ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଦେବା ,ବିଦ୍ୟୁତ ବିଲ୍ ଛାଡ୍ , ଆଦିବାସୀଙ୍କୁ ସହାୟତା ଦେବା,  ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ସହାୟତା, ପେଟ୍ରୋଲ ଡିଜେଲ ବର୍ଦ୍ଧିତ ଦର କମ୍, ଔଷଧ ନିଗମରରେ ହୋଇଥିବା ଦୁର୍ନୀତିର ଶ୍ଵେତ ପତ୍ର ଜାରି କରିବା, ମାଗଣାରେ ମାସ୍କ ସାନିଟାଇଜର ଆଦି ଦାବି ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମିଳିତ ବିରୋଧୀ ଦଳ ।

Add Zee News as a Preferred Source
About the Author