ବଦଳିଲା ରଥ ଭଙ୍ଗା ପରମ୍ପରା
Advertisement

ବଦଳିଲା ରଥ ଭଙ୍ଗା ପରମ୍ପରା

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଧାରଙ୍କୁ ଚିଠି କରାଯାଇଛି  । ତେବେ ରଥ ସଂରକ୍ଷଣ କମିଟି, ବୈଷୟିକ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ କରାଯିବ ରଥ ଖୋଲିବା କାର୍ଯ୍ୟ ।

ବଦଳିଲା ରଥ ଭଙ୍ଗା ପରମ୍ପରା

ସଂଜୟ ମହାପାତ୍ର,​ ପୁରୀ: ଚଳିତ ବର୍ଷ ରଥ ଭଙ୍ଗା ପରମ୍ପରାରେ ପରିବର୍ତ୍ତନ କରି ସଂରକ୍ଷଣ ପାଇଁ ରଥକୁ ଖୋଲିବା ପାଇଁ ହୋଇଛି ନିଷ୍ପତ୍ତି  । ତେବେ ଚଳିତ ବର୍ଷ ତିନୋଟି ରଥକୁ ସଂରକ୍ଷଣ କରାଯିବା ସହ ରଥକୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନରେ ନିର୍ମାଣଧୀନ ଥିବା ମ୍ୟୁଜିୟମରେ ରଥପାର୍କରେ ରଖିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ରଥ ସଂରକ୍ଷଣ କମିଟି ଗଠିତ ହୋଇଥିବା ବେଳେ ଏକ ମାସ ମଧ୍ୟରେ ତିନି ରଥକୁ ଖୋଲି ପୁଣି ଥରେ ଯୋଡି ରଖିବା ପାଇଁ ହୋଇଛି ନିଷ୍ପତ୍ତି । ସେ ନେଇ ଆସନ୍ତାକାଲି ଠାରୁ ଆରମ୍ଭ ହେବ ରଥ ଖୋଲିବା କାର୍ଯ୍ୟ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଧାରଙ୍କୁ ଚିଠି କରାଯାଇଛି । ତେବେ ରଥ ସଂରକ୍ଷଣ କମିଟି, ବୈଷୟିକ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ କରାଯିବ ରଥ ଖୋଲିବା କାର୍ଯ୍ୟ । ତେବେ ରଥକୁ ସଂରକ୍ଷଣ କରି ରଖାଯାଉ ହେଲେ ଏହି ରଥ ୫୦ରୁ ୬୦ ବର୍ଷ ଯାଏଁ ରହିପାରିବ । ଏଭଳି ରଥକୁ ରଖିବା ନିଷ୍ପତ୍ତି ଠିକ ନୁହେଁ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦେବୀଦଳନ ରଥର ବିଶ୍ୱକର୍ମା । ତେବେ ରଥକୁ ଗଡାଇ ଆଣିବା ହେଉଛି ପରମ୍ପରା ବିରୋଧୀ ଯଦି ତାହାକୁ ଭାଙ୍ଗି ଖୋଲି ଅଲଗା କରି ପୁଣି ଯୋଡିବା ଠିକ ହେବ ବୋଲି କହିଛନ୍ତି ଭୋଇ ସର୍ଦ୍ଧାର ।

ବଦଳିଲା ରଥ ଭଙ୍ଗା ପରମ୍ପରା  । ଚଳିତ ବର୍ଷ ରଥଯାତ୍ରା ଯେଭଳି ଇତିହାସ ସୃଷ୍ଟି କରିଛି ସେହି ଅନୁସାରେ ତିନୋଟି ରଥକୁ ସ୍ମାରକୀଭାବେ ରଖି ସଂରକ୍ଷଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । କାଲିଠୁ ରଥକୁ ନ ଭାଙ୍ଗି ଖୋଲା ଯିବ । ରଥକୁ ଖୋଲିବା ଓ ଯୋଡିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ହୋଇଛି ରଥ ସଂରକ୍ଷଣ କମିଟି । ଆସନ୍ତାକାଲି ଠାରୁ ରଥକୁ ଖୋଲିବା ପାଇଁ ଭୋଇ ସର୍ଦ୍ଧାରଙ୍କୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହି କାର୍ଯ୍ୟ ବେଳେ ରଥ ସଂରକ୍ଷଣ କମିଟି, ଶ୍ରୀମନ୍ଦିର ପରିଚାଳନା ସଦସ୍ୟ ,ସେବାୟତ, ରଥ ନିର୍ମାଣ ସେବକଙ୍କ ମଧ୍ୟରେ ବିଶ୍ୱକର୍ମା ମହାରଣା, କମାର ସେବକ, ଭୋଇ ସେବକ ଓ ରୁପକାର ସେବକ ରହିବେ । ଏହାସହ କାର୍ଯ୍ୟର ଅନୁଧ୍ୟାନ କରିବେ ରଥ ନିର୍ମାଣ ବୈଷୟିକ କମିଟି । ମେସିନ ସାହାର୍ଯ୍ୟରେ କଢାଯିବ ରଥର ୩ ଇଂଚରୁ ଆରମ୍ଭ କରି ଦେଢ ଫୁଟିଆ କଣ୍ଟା । ପୁଣି କ୍ରେନ ସାହାର୍ଯ୍ୟରେ ରଥର ଉପର ଭାଗକୁ ଚଢି ଭୋଇ ସେବକମାନେ ଏହି ଖୋଲିବା କାର୍ଯ୍ୟ କରିବେ । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭରେ କରାଯାଉଛି ମ୍ୟୁଜିୟମ । ଆଉ ସେଥିରେ ରଥପାର୍କ ପାଇଁ ରହିଛି ଯୋଜନା । ସେଥିରେ ଚଳିତ ବର୍ଷର ରଥ ମଧ୍ୟ ଇତିହାସ ସୃଷ୍ଟି କରିଥିବାରୁ ତାହାକୁ ସେଠି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶରେ କମିଟି ଗଠିତ ହୋଇ ତିନି ରଥକୁ ଖୋଲି ପୁଣି ଯଥା ସ୍ଥିତି ଅନୁସାରେ ଯୋଡି ରଖାଯିବ । ଆଉ ଯଦି କିଛି କାଠ ନଷ୍ଟ ହୁଏ ସେଥିରେ ଶାଳ ପିଆଶାଳ ଓ ଶାଗୁଆନ  କାଠ ଲଗାଯିବ ବୋଲି କହିଛନ୍ତି ରଥ ସଂରକ୍ଷଣ କମିଟି ସଦସ୍ୟ ।

ରଥକୁ କିଭଳି ରଖାଯିବ ସେ ନେଇ ଦୁଇ ଦିନ ତଳେ ରଥ ନିର୍ମାଣ ବୈଷୟିକ କମିଟି ଆସି ଜଗନ୍ନାଥ ବଲ୍ଲଭକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତା ସହିତ ରଥ ମହାରଣା ଓ ଭୋଇ ସର୍ଦ୍ଧାରଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ରଥ ଖୋଲାଯିବା ବେଳେ ପ୍ରଥମେ ଉପର ଅଂଶ କଳସରୁ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ଭୋଇ ସେବକଙ୍କୁ କ୍ରେନ ଉରରେ ବସାଇ ରଥ ଉପରକୁ ନେଇ ଖୋଲା କାର୍ଯ୍ୟ ହେବ । ଏଥିପାଇଁ ବୈଷୟିକ ଯନ୍ତ୍ରୀ, କ୍ରେନ ଏକ୍ସପର୍ଟ ଓ ପୁର୍ତ୍ତ ବିଭାଗର ଯନ୍ତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକୁ କରିବେ । ଏକମାସ ମଧ୍ୟରେ ଖୋଲା ସରି ପୁଣି ରଥକୁ ଯୋଡାଯିବା କାର୍ଯ୍ୟ କରାଯିବ । ହେଲେ ତିନି ରଥର ଅଂଶକୁ କାଢିକି ଯାହା ନିଆଯିବ ରଥ ଗଡିବାର ପରମ୍ପରା ନାହିଁ ବୋଲି କହିଛନ୍ତି ଭୋଇ ସର୍ଦ୍ଧାର । ସେପଟେ ରଥ ପ୍ରତିଷ୍ଠା ହେବା ପରେ ସେ ଜୀବନଦାନ ଓ ରଥରୁ ପ୍ରଭୁ ଗଲାପରେ ତାହାର ମୃତ୍ୟୁ ହୋଇଯାଏ ବୋଲି ଭଙ୍ଗାଯାଏ । ତେଣୁ ଏହି ରଥକୁ କେବଳ ୬୦ରୁ ୬୦ ବର୍ଷ ରଖାଯାଇ ପାରିବ । ତା ପରେ ପୁଣି କଣ ରଖାଯିବ । ତେଣୁ ଏଭଳି ରଥକୁ ରଖିବା ନିଷ୍ପତ୍ତି ଠିକ ନୁହେଁ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତିବୋଲି ପ୍ରଶ୍ନ କରିଛନ୍ତି ଦେବୀଦଳନ ରଥର ବିଶ୍ୱକର୍ମା ।

ରଥକୁ ନେଇ ଯୋଡିବା ପରେ ସେଥିରେ ପୁର୍ଣ୍ଣାଙ୍ଗ ରଥ ପାଇଁ ନୂଆ ଘୋଡା, ସାରଥୀ, ପାର୍ସ୍ୱ ଦେବାଦେବୀ, କଳସ, ଓଲଟ ଶୁଆ ଓ ରଥ ଉପରେ କନା ପକାଇ ସଂରକ୍ଷଣ କରାଯିବ । ତେବେ ଦେଖାଯାଉ ପ୍ରଶାସନ ପକ୍ଷରୁ ରଥକୁ ସଂରକ୍ଷଣ କରି ମ୍ୟୁଜିୟମ ପାଇଁ ନିଆଯାଇଥିବା ନିଆରା ପ୍ରୟାସ କିଭଳି ସଫଳ ହେଉଛି ।