Advertisement
Article Detail0/zeeodisha/odisha701441
Zee OdishaOdisha Khabarରେଳ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସାଂସଦଙ୍କୁ ଦାବି ପତ୍ର ପ୍ରଦାନ

ରେଳ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସାଂସଦଙ୍କୁ ଦାବି ପତ୍ର ପ୍ରଦାନ

 ଏହି କୋରୋନା ଯୋଦ୍ଧାଙ୍କ ସହିତ ଅନ୍ୟାୟ  ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଯଥା- ଇନସେନ୍ଟିଭ ବକେୟା, ସ୍ଥଗିତ ମହଙ୍ଗାଭତ୍ତା ପ୍ରଦାନ କରିବା, ରେଳ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ଦେବା ଆଦି ସଂପର୍କରେ ଏକ ସ୍ମାରକପତ୍ର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରଦାନ କରିଛନ୍ତି । 

ଫାଇଲ ଫଟୋ
ଫାଇଲ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ୍ କି ବାତ୍' ରେ ରେଳ କର୍ମଚାରୀଙ୍କୁ  କୋରୋନା ଯୋଦ୍ଧା ଘୋଷଣା କରିବା ଅତ୍ୟନ୍ତ ଖୁସିର ବିଷୟ । ଏବଂ ଯଥାର୍ଥ ମଧ୍ୟ କାରଣ ଯେତେବେଳେ ସଂପୂର୍ଣ୍ଣ ଭାରତ ବର୍ଷ  ଲକ ଡାଉନ ସେତେବେଳେ ରେଳ କର୍ମଚାରୀ ମୃତ୍ୟୁକୁ ନ ଡରି ନିଜର କର୍ତ୍ତବ୍ୟ କରିଥିଲେ, ଯଥା ଜରୁରୀ ଜିନିଷଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା, ଆଇସୋଲେସନ କୋଚର ନିର୍ମାଣ କରିବା, ଶ୍ରମିକମାନଙ୍କୁ ତାଙ୍କ ଘରେ ସୁରକ୍ଷିତ ପହଞ୍ଚାଇବା, ପ୍ରଧାନମନ୍ତ୍ରୀଙ୍କ ରାହତ କୋଷକୁ ଆର୍ଥିକ ସାହାଯ୍ୟ କରିବା ଇତ୍ୟାଦି । କିନ୍ତୁ ଅନ୍ୟ ପକ୍ଷରେ ଏହି କୋରୋନା ଯୋଦ୍ଧାଙ୍କ ସହିତ ଅନ୍ୟାୟ  ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଯଥା- ଇନସେନ୍ଟିଭ ବକେୟା, ସ୍ଥଗିତ ମହଙ୍ଗାଭତ୍ତା ପ୍ରଦାନ କରିବା, ରେଳ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ଦେବା ଆଦି ସଂପର୍କରେ ଏକ ସ୍ମାରକପତ୍ର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରଦାନ କରିଛନ୍ତି । 

ଏହି ସମସ୍ୟାର ସମାଧାନ ନିମନ୍ତେ ସାଂସଦଙ୍କ ସହିତ ଏକ ଆଲୋଚନା ହୋଇଥିଲା । ଏଥିରେ ୟୁନିୟନର ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ବିଶ୍ୱାଳ, ସଂଗଠନର ଅନ୍ୟ କାର୍ଯ୍ୟକର୍ତା ରଞ୍ଜନ ଦାସ, ତପନ ଦାସ, ରାଜେଶ ବେହେରା, ନବୀନ ଦେଉରି, ପବିତ୍ର ଲେଙ୍କା, କାନନ ଭୋଳ, ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Add Zee News as a Preferred Source
About the Author