ମା' ସମଲେଶ୍ୱରୀଙ୍କ ରାକ୍ଷୀ ପୂର୍ଣ୍ଣିମା
Advertisement

ମା' ସମଲେଶ୍ୱରୀଙ୍କ ରାକ୍ଷୀ ପୂର୍ଣ୍ଣିମା

କୋରୋନା କଟକଣା ଯୋଗୁ ମନ୍ଦିରରକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷେଧ ରହିଥିବା ବେଳେ ପ୍ରତିଦିନ ସମ୍ପୂର୍ଣ୍ଣ ବିଧି ବିଧାନରେ ମା'ଙ୍କ ରୀତିନୀତି ସମ୍ପନ୍ନ କରାଯାଉଛି । 

ମା' ସମଲେଶ୍ୱରୀଙ୍କ ରାକ୍ଷୀ ପୂର୍ଣ୍ଣିମା

ଅଜୟ କୁମାର ନାଥ, ସମ୍ୱଲପୁର: ଆଜି ଶ୍ରାବଣ ପୂର୍ଣ୍ଣିମା ରକ୍ଷା ବନ୍ଧନ ଅବସରରେ ଇଷ୍ଟଦେବୀ ମା' ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ରାକ୍ଷୀ । ଏଥି ସହିତ ମାଙ୍କର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶ୍ରାବଣାଭିଷେକ କରାଯାଇଛି । ମାଙ୍କ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ପତ୍ୟକ୍ଷ ତତ୍ତ୍ବାବଧାନରେ  ଓ ପୁରୋହିତଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରୀତିନୀତିରେ ଏହି ବିଧି ସମ୍ପନ୍ନ ହୋଇଛି । କୋରୋନା କଟକଣା ଯୋଗୁ ମନ୍ଦିରରକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷେଧ ରହିଥିବା ବେଳେ ପ୍ରତିଦିନ ସମ୍ପୂର୍ଣ୍ଣ ବିଧି ବିଧାନରେ ମା'ଙ୍କ ରୀତିନୀତି ସମ୍ପନ୍ନ କରାଯାଉଛି ।