ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦,୦୦୦ ଟଙ୍କା ଦାନ କଲେ ରାଣୀ ପଣ୍ଡା
Advertisement

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦,୦୦୦ ଟଙ୍କା ଦାନ କଲେ ରାଣୀ ପଣ୍ଡା

କ୍ରବାର କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସାଂସଦ ପାଣ୍ଠିରୁ ୧.୦୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ  ୫୦,୦୦୦ ଟଙ୍କା ଦାନ କଲେ ରାଣୀ ପଣ୍ଡା

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢାଇଲେ ଅଭିନେତ୍ରୀ ରାଣୀ ପଣ୍ଡା । ଆଜି ଅର୍ଥାତ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ୫୦,୦୦୦ ଟଙ୍କା ଦାନ କଲେ ସେ । ଏହା ପୂର୍ବରୁ ଆଜି ଅର୍ଥାତ ଶୁକ୍ରବାର କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସାଂସଦ ପାଣ୍ଠିରୁ ୧.୦୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ା ପାଇଁ ୭୫ ଲକ୍ଷ ଓ କଟକ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ସେ । ଯାହାକୁ ନେଇ ସେ ଟ୍ୱିଟ କରି ଜଣାଇଛନ୍ତି ।

ଅନୁଭବ ଟ୍ୱିଟ କରି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କୋରୋନାରୁ ଓଡ଼ିଶାବାସୀଙ୍କୁ ରକ୍ଷା କରିବା ପାଇଁ ପରୀକ୍ଷଣ,ସ୍କ୍ରିନିଂ ଓ ଅନ୍ୟାନ୍ୟ ସୁବିଧା ଦେବା ପାଇଁ ମୋ ସାଂସଦ ପାଣ୍ଠିରୁ ମୋ ସଂସଦୀୟକ୍ଷେତ୍ରକୁ ୧.୦୫ କୋଟି(କେନ୍ଦ୍ରାପଡା ପାଇଁ ୭୫ ଓ କଟକ ପାଇଁ ୩୦ ଲକ୍ଷ)ଦେବା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଲେଖିଛି ।

ବର୍ତ୍ତମାନ ସମୟରେ କୋରୋନା ଭୂତାଣୁ ସଙ୍କଟକୁ ଦୃଷ୍ଟିରେ ରଖି ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ଫଳରେ ଏହି ବିପତ୍ତି ସମୟରେ ସମସ୍ତ ବ୍ୟକ୍ତି ଅସହାୟଙ୍କ ସହାୟତା ପାଇଁ ସାହାଯ୍ୟର ହାତ ବଢ଼ାଉଛନ୍ତି ।  ଏହାପୂର୍ବରୁ ପିସିସି ସଭାପତି ୧୦ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ । ସେହିପରି ସମ୍ୱଲପୁରର ପୂର୍ବତନ ବିଧାୟିକା ରାସେଶ୍ୱର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିଛନ୍ତି ।