ଗତକାଲି ତିନି ରଥର ଦ୍ୱିତୀୟ ଭୂଇଁ ପଡିଥିବା ବେଳେ ଆଜି ସଟଡାଉନ ମଧ୍ୟରେ ତୃତୀୟ ଭୂଇଁ ପକାଯାଇଛି । ଚାରି ନାହାକା ପରେ ୧୪ ନାହାକା ଉଠି ଗୋଟିଏ ପରେ ଗୋଟିଏ ଭୁଇଁ ଖଞ୍ଜା ଚାଲିଛି ।
Trending Photos
)
ପୁରୀ: ରଥଯାତ୍ରା ଯେତିକି ପାଖେଇ ଆସୁଛି । ରଥନିର୍ମାଣ କାର୍ଯ୍ୟ ମଧ୍ୟ ସେହିଭଳି ଦୃତଗତିରେ ଆଗେଇ ଚାଲିଛି । ଗତକାଲି ତିନି ରଥର ଦ୍ୱିତୀୟ ଭୂଇଁ ପଡିଥିବା ବେଳେ ଆଜି ସଟଡାଉନ ମଧ୍ୟରେ ତୃତୀୟ ଭୂଇଁ ପକାଯାଇଛି । ଚାରି ନାହାକା ପରେ ୧୪ ନାହାକା ଉଠି ଗୋଟିଏ ପରେ ଗୋଟିଏ ଭୁଇଁ ଖଞ୍ଜା ଚାଲିଛି ।
ସେପଟେ ରୂପକାରମାନେ ଜଳଯନ୍ତ୍ରରେ ଲାଗିବାକୁ ଥିବା ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି । ନାଟଗୋଡରେ ରାହୁ ରୂପ ଖୋଦେଇ ସହ ଚାରପରିଛା ଦେହରେ ଡାଳଲତା ଖୋଦେଇ କରୁଛନ୍ତି । ଦୋଳ ବେଦୀ କୋଣରେ ଓଝା ସେବକମାନେ ଯୋକିଆ କଣ୍ଟା ନିର୍ମାଣ କରୁଥିବା ବେଳେ ଅନ୍ଯାନ୍ଯ କାର୍ଯ୍ୟ କରିଚାଲିଛନ୍ତି । ସେପଟେ କୋଭିଡ୍ କଟକଣା ସତ୍ତ୍ଵେ ବିଶ୍ୱକର୍ମା ସେବକ ମାନେ ପର୍ଯ୍ଯାୟକ୍ରମେ ରଥ ନିର୍ମାଣକୁ ତ୍ୱରାନ୍ୱିତ କରିଛନ୍ତି । ରଥଯାତ୍ରାର ଦିନେ କି ଦୁଇଦିନ ପୁର୍ବରୁ ରଥ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ଯ ରଖିଥିବା ସେବକ ମାନେ କହିଛନ୍ତି ।