)
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି ସଙ୍କଟ ସମୟରେ କୋଭିଡ ୧୯ର ମୁକାବିଲାରେ ସହଯୋଗ କରିବା ପାଇଁ ରାୟଗଡା ଜିଲ୍ଲା ବିଜୁ ଜନତା ଦଳ(ବିଜେଡି) ସଦସ୍ୟମାନେ ଆଗେଇ ଆସିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ଟଙ୍କା । ବିଜେଡିର ରାୟଗଡା ଜିଲ୍ଲା ଶାଖାର ସଦସ୍ୟ ମାନେ ମୋଟ ୨୫,୪୬,୯୬୪ ଟଙ୍କା ସଂଗ୍ରହ କରି ଅନୁସୂଚିତ ଜାନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଜୁ ଜନତା ଦଳ ସଭାପତି ସୁଧୀର ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(Covid 19 Fund)କୁ ଏହି ଅର୍ଥ ପ୍ରଦାନ କରିଛନ୍ତି ।
ଏହି ଅର୍ଥ ପ୍ରଦାନ ସମୟରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲା ବିଜୁ ଜନତା ଦଳର କର୍ମୀମାନଙ୍କ ଏହି ସହୃଦୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।