Advertisement
Article Detail0/zeeodisha/odisha663676
Zee OdishaOdisha Khabarପହଞ୍ଚିନି ସରକାରୀ ସହାୟତା, ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛି ‘ସମ୍ବଳ’

ପହଞ୍ଚିନି ସରକାରୀ ସହାୟତା, ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛି ‘ସମ୍ବଳ’

ରାଜ୍ୟରେ ବର୍ତ୍ତମାନ କୋରୋନା ଭୂତାଣୁ ବା କୋଭିଡ 19 ମୁକାବିଲା ପାଇଁ କେଉଁଠି ସଟ୍‌ଡାଉନ ତ ଆଉ କେଉଁଠି ଲକ୍ ଡାଉନ୍ କରାଯାଇଛି । ସମ୍ବଲପୁରରେ ମଧ୍ୟ ଜାରି ରହିଛି ଏହି ଅବସ୍ଥା । ଆଉ ଏହି ବାଧ୍ୟତାମୂଳକ ଅଚଳାବସ୍ଥାରେ ଗରିବ ଓ ଖଟିଖିଆ ଲୋକ ନାନା ସମସ୍ୟା ଭୋଗୁଛନ୍ତି ।

ପହଞ୍ଚିନି ସରକାରୀ ସହାୟତା, ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛି ‘ସମ୍ବଳ’

ସମ୍ୱଲପୁର:  ପହଞ୍ଚିନି ସରକାରୀ ସହାୟତା, ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛି ‘ସମ୍ବଳ’ ସ୍ୱେଚ୍ଛାସେବୀ ସଙ୍ଗଠନ । ଗତ ୧ ତାରିଖ ଠାରୁ ସମ୍ବଲପୁରର ସମ୍ବଳ ଅନୁଷ୍ଠାନର ସ୍ୱେଛାସେବୀମାନେ ଏହି କାର୍ଯ୍ୟ କରିଆସୁଛନ୍ତି । ଏଥିପାଇଁ ସେମାନେ ସରକାରୀ ପାଣ୍ଠିକୁ ଅପେକ୍ଷା ନକରି ଏହି ଭଳି ସେବା ଆରମ୍ଭ କରିଛନ୍ତି ।

ରାଜ୍ୟରେ ବର୍ତ୍ତମାନ କୋରୋନା ଭୂତାଣୁ ବା କୋଭିଡ 19 ମୁକାବିଲା ପାଇଁ କେଉଁଠି ସଟ୍‌ଡାଉନ ତ ଆଉ କେଉଁଠି ଲକ୍ ଡାଉନ୍ କରାଯାଇଛି । ସମ୍ବଲପୁରରେ ମଧ୍ୟ ଜାରି ରହିଛି ଏହି ଅବସ୍ଥା । ଆଉ ଏହି ବାଧ୍ୟତାମୂଳକ ଅଚଳାବସ୍ଥାରେ ଗରିବ ଓ ଖଟିଖିଆ ଲୋକ ନାନା ସମସ୍ୟା ଭୋଗୁଛନ୍ତି । ବିନା ସରକାରୀ ସହାୟତାରେ ଏହି ସ୍ୱେଛାସେବୀ ଅନୁଷ୍ଠାନର ଏହି କାର୍ଯ୍ୟକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି । ପ୍ରତିଦିନ ଖାଦ୍ୟ ପୁଡିଆ ବାଣ୍ଟୁଛି ସମ୍ବଳ । ତାହା ପୁଣି ମାଗଣାରେ । ଦିନବେଳା ୮୦୦ ଓ ରାତିରେ ୪୦୦ ଖାଦ୍ୟ ପୁଡିଆ ବଣ୍ଟାଯାଉଛି  । ଏଥିପାଇଁ ସେମାନେ ସରକାରୀ ପାଣ୍ଠିକୁ ଅପେକ୍ଷା ନକରି ଏହି ଭଳି ସେବା ଆରମ୍ଭ କରିଛନ୍ତି । 

ସମ୍ବଲପୁର ମହାନଗରର ପ୍ରାୟ ୧୬ଟି ସ୍ଥାନରେ ଫସି ରହିଥିବା ଲୋକ ଓ ହିତାଧିକାରୀଙ୍କୁ ଏହି ସେବା ଯୋଗାଇ ଆସୁଛନ୍ତି ଏହି ସ୍ବେଛାସେବୀମାନେ। ଏହାସହ ରାଜ୍ୟ ବାହାରର ଶ୍ରମିକ ଯେଉଁମାନେ ଭାତ ଖାଇବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ମାଗଣାରେ ଅଟା ଯୋଗାଉଛି । ନିଜର ସଦସ୍ୟମାନଙ୍କଠାରୁ ଆଦାୟ ହୋଇଥିବା ଚାନ୍ଦାରୁ ଏହି ସେବା ଜାରି ରଖିଛି ସମ୍ବଳ ଅନୁଷ୍ଠାନ । ବର୍ତ୍ତମାନ ଏହି ସ୍ୱେଛାସେବୀ ଅନୁଷ୍ଠାନଙ୍କ ଏହି ମହାନ କାର୍ଯ୍ୟ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି ।

Add Zee News as a Preferred Source
About the Author