Advertisement
Article Detail0/zeeodisha/odisha697355
Zee OdishaOdisha Khabarଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଭୁବନେଶ୍ୱର ଶାସ୍ତ୍ରୀ ନଗର ବାସିନ୍ଦା

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଭୁବନେଶ୍ୱର ଶାସ୍ତ୍ରୀ ନଗର ବାସିନ୍ଦା

ସେହିପରି ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ କ୍ୟାଣ୍ଡେଲ ମାର୍ଚ୍ଚ କରି ଶହୀଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଜୀବନ ପଛେ ଦେଇଦେଲେ, କିନ୍ତୁ ଦେଶର ମଥା ନୂଆଇବାକୁ ଦେଲେ ନାହିଁ । ଲଦାଖର ଗଲୱାନ ଭ୍ୟାଲିରେ ଦେଶ ପାଇଁ ଶହୀଦ ହୋଇଥିବା ଏହି ବୀର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଭୁବନେଶ୍ୱର ଶାସ୍ତ୍ରୀ ନଗର ବାସିନ୍ଦା । ଏହା ସହ ଚାଇନା ସାମଗ୍ରୀ ବୟକଟ କରିବାକୁ ମଧ୍ୟ କହିଛନ୍ତି ।

ଆଜି ସନ୍ଧ୍ୟାରେ ଭୁବନେଶ୍ୱର ୧୨୦ ବାଟାଲିୟନ ମୁଖ୍ୟ ଫାଟକ ଆଗରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶହୀଦ ଯବାବଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଦେଶ ପାଇଁ ଶହୀଦ ଯବାନଙ୍କ ତ୍ୟାଗକୁ ସାଲ୍ୟୁଟ କରିଛନ୍ତି ଶାସ୍ତ୍ରୀ ନଗର ବାସିନ୍ଦା । ଦେଶବାସୀ ଯେ ଆମ ଯବାନଙ୍କ ସହ ସବୁବେଳେ ଅଛନ୍ତି, ଏଭଳି କିଛି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । 

fallback

Add Zee News as a Preferred Source

କେବଳ ଏତିକି ନୁହେଁ, ଲଦାଖରେ ଚୀନ ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି କଲା ତାକୁ ନେଇ ମଧ୍ୟ ସବକ ଶିଖାଇବାକୁ ଲେକେ ଚାହୁଁଛନ୍ତି । ଦେଶରେ ଏବେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି ଚୀନ । ତେଣୁ ଚୀନ ସାମଗ୍ରୀ ବୟକଟ କରି ଅର୍ଥନୈତିକ ସ୍ତରରେ ମଧ୍ୟ ପ୍ରଭାବ ପକାଇବାକୁ ପୁଣି ଥରେ ଦାବି ହେଲାଣି । ଆଜିର ଯୁବ ସମାଜ ଚୀନ ସାମଗ୍ରୀ ବୟକଟ କରି ଉଚିତ ଶିକ୍ଷା ଦେବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । 

fallback

ସେପଟେ ଲଦାଖ ଗଲୱନ ସୀମନ୍ତରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଭାରତ ବିରୋଧରେ ଲଢ଼ିବା ପାଇଁ ଭାରତ ଚାରିପାଖରେ ଥିବା ଦେଶ ଚୀନକୁ ଉସୁକାଉଛନ୍ତି । ଏହି ସଂଘର୍ଷରେ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଭାରତ ଏହି ଲଢ଼େଇରେ ପଛଘୁଞ୍ଚା ଦେବନାହିଁ । ଏହାସହ ବୀର ଯବାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ କ୍ୟାଣ୍ଡେଲ ମାର୍ଚ୍ଚ କରି ଶହୀଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । 

About the Author