Advertisement
Article Detail0/zeeodisha/odisha689742
Zee OdishaOdisha Khabarଆଜି ମହାପ୍ରଭୁଙ୍କ ବିବାହ ଉତ୍ସବ, ଶ୍ରୀମନ୍ଦିରରେ ବାଜୁଛି ତେଲିଙ୍ଗି ବାଜା

ଆଜି ମହାପ୍ରଭୁଙ୍କ ବିବାହ ଉତ୍ସବ, ଶ୍ରୀମନ୍ଦିରରେ ବାଜୁଛି ତେଲିଙ୍ଗି ବାଜା

 ଆଜି ଜଗତ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ହୋଇଥିବାରୁ ଭୋର ୨ଟା ୩୭ ମିନିଟରେ ଭିତରଚ୍ଛୁ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଛି । ପରେ ନୀତିକାନ୍ତି ଆଗେଇ ଚାଲିଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ପୁରୀ: ଆଜି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ । ମହାପ୍ରଭୁଙ୍କ ବିବାହ ଉତ୍ସବ । ମହାପ୍ରଭୁ ଶ୍ରୀଜଗନ୍ନାଥ ମାଆ ରୁକ୍ମଣୀଙ୍କୁ ବିବାହ କରିବେ । ଶ୍ରୀମନ୍ଦିର ଚାରିଦ୍ୱାରରେ ଭୋରରୁ ବାଜୁଛି ତେଲିଙ୍ଗି ବାଜା । ଆଜି ଜଗତ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ହୋଇଥିବାରୁ ଭୋର ୨ଟା ୩୭ ମିନିଟରେ ଭିତରଚ୍ଛୁ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଛି । ପରେ ନୀତିକାନ୍ତି ଆଗେଇ ଚାଲିଛି । 

ମହାପ୍ରଭୁଙ୍କ ନିକଟରେ ଆଜି ସର୍ବାଧିକ ୪୪ଟି ନୀତି ରହିଛି । ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଆଦି ନୀତି ବଢ଼ି ଗୋପାଳବଲ୍ଲଭ, ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥାନ୍ତି । ସେପଟେ ଶ୍ରୀ ମଦନମୋହନ ଜୟବିଜୟ ଦ୍ୱାରକୁ ବିଜେ କରନ୍ତି । ବଚନିକା ଓ ଅନ୍ୟାନ୍ୟ ନୀତି ବଢ଼ି ଶ୍ରୀମଦନମୋହନ ରଥକୁ ବିଜେ କରିଥାନ୍ତି । ବିମଳାଙ୍କ ମନ୍ଦିରକୁ ମହାଲକ୍ଷ୍ମୀ ଅର୍ଥାତ ଶ୍ରୀଦେବୀ ବିଜେ କରନ୍ତି । ସେହିଠାରେ ରୁକ୍ମଣୀ ହରଣ ନୀତି ସମ୍ପାଦନ ହୋଇଥାଏ । 

ସେଠାରୁ ଶ୍ରୀମଦନମୋହନ ଓ ଶ୍ରୀଦେବୀ ବିବାହ ମଣ୍ଡପକୁ ବିଜେ କରନ୍ତି । ମହାପ୍ରଭୁ ଜଳକ୍ରୀଡାକୁ ବିଜେ କରନ୍ତି । ଜଳକ୍ରୀଡା ପରେ ମଧ୍ୟାନ୍ନ ଧୂପ ହୁଏ । ରାତିରେ ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହୋଇଥାଏ । 

Add Zee News as a Preferred Source

ସେପଟେ ଏହି ନୀତିକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପରାମର୍ଶ ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ପ୍ରତିନିଧି । ସ୍ନାନବେଦୀରେ ପ୍ରଭୁଙ୍କ ଦର୍ଶନ ପାଇଁ ଜଗଦଗୁରୁଙ୍କୁ ଆମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ ।

About the Author