ଆସନ୍ତାକାଲିଠୁ ସମ୍ବଲପୁରରେ ୨ଟି ମୋବାଇଲ ଭ୍ୟାନରେ ହେବ ସ୍ୱାବ ପରୀକ୍ଷା
Advertisement
Article Detail0/zeeodisha/odisha719484

ଆସନ୍ତାକାଲିଠୁ ସମ୍ବଲପୁରରେ ୨ଟି ମୋବାଇଲ ଭ୍ୟାନରେ ହେବ ସ୍ୱାବ ପରୀକ୍ଷା

ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ସମ୍ବଲପୁରରେ ୨ଟି ମୋବାଇଲ ଭ୍ୟାନ୍ ସ୍ୱାବ ସଂଗ୍ରହ କରିବ ବୋଲି ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସମ୍ୱଲପୁର: ବର୍ତ୍ତମାନ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚାରିଆଡେ ସଟଡାଉନ ଜାରି ରହିଛି । ରାଜ୍ୟରେ ଆସ୍ତେ ଆସ୍ତେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କେମିତି ଅଧିକରୁ ଅଧିକ ସ୍ୱାବ ସଂଗ୍ରହ ଓ ପରୀକ୍ଷା କରାଯାଇ ପାରିବ ସେ ଦିଗରେ ସରକାର ସଚେତନ ରହିଛନ୍ତି । ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ କେମିତି ଅଧିକ ସ୍ୱାବ ସଂଗ୍ରହ ଓ ପରୀକ୍ଷା କରାଯାଇ ପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । 

ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ସମ୍ବଲପୁରରେ ୨ଟି ମୋବାଇଲ ଭ୍ୟାନ୍ ସ୍ୱାବ ସଂଗ୍ରହ କରିବ ବୋଲି ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି । ଏହି ମୋବାଇଲ ଭେନରେ ଏକ ସ୍ୱାସ୍ଥ୍ୟ ଦଳ ରହିବ ଓ ସ୍ୱାବ ସଂଗ୍ରହ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହା ଦ୍ୱାରା ଲୋକେ ସୁବିଧାରେ ସ୍ୱାବ ପରୀକ୍ଷା କରାଇ ପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି ।

;