Advertisement
Article Detail0/zeeodisha/odisha719484
Zee OdishaOdisha Khabarଆସନ୍ତାକାଲିଠୁ ସମ୍ବଲପୁରରେ ୨ଟି ମୋବାଇଲ ଭ୍ୟାନରେ ହେବ ସ୍ୱାବ ପରୀକ୍ଷା

ଆସନ୍ତାକାଲିଠୁ ସମ୍ବଲପୁରରେ ୨ଟି ମୋବାଇଲ ଭ୍ୟାନରେ ହେବ ସ୍ୱାବ ପରୀକ୍ଷା

ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ସମ୍ବଲପୁରରେ ୨ଟି ମୋବାଇଲ ଭ୍ୟାନ୍ ସ୍ୱାବ ସଂଗ୍ରହ କରିବ ବୋଲି ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସମ୍ୱଲପୁର: ବର୍ତ୍ତମାନ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚାରିଆଡେ ସଟଡାଉନ ଜାରି ରହିଛି । ରାଜ୍ୟରେ ଆସ୍ତେ ଆସ୍ତେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କେମିତି ଅଧିକରୁ ଅଧିକ ସ୍ୱାବ ସଂଗ୍ରହ ଓ ପରୀକ୍ଷା କରାଯାଇ ପାରିବ ସେ ଦିଗରେ ସରକାର ସଚେତନ ରହିଛନ୍ତି । ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ କେମିତି ଅଧିକ ସ୍ୱାବ ସଂଗ୍ରହ ଓ ପରୀକ୍ଷା କରାଯାଇ ପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । 

ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ସମ୍ବଲପୁରରେ ୨ଟି ମୋବାଇଲ ଭ୍ୟାନ୍ ସ୍ୱାବ ସଂଗ୍ରହ କରିବ ବୋଲି ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି । ଏହି ମୋବାଇଲ ଭେନରେ ଏକ ସ୍ୱାସ୍ଥ୍ୟ ଦଳ ରହିବ ଓ ସ୍ୱାବ ସଂଗ୍ରହ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହା ଦ୍ୱାରା ଲୋକେ ସୁବିଧାରେ ସ୍ୱାବ ପରୀକ୍ଷା କରାଇ ପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି ।

Add Zee News as a Preferred Source
About the Author