ଆଇପିଏସ ସ୍ତରରେ ଅଦଳବଦଳ

ସେସୁ ସିଇଓ ତଥା ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଫୁଲଟାଇମ୍ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସିଏମଡି ଭାବେ ନିଯୁକ୍ତି ମିଳିଛି । 

ଆଇପିଏସ ସ୍ତରରେ ଅଦଳବଦଳ
ଫାଇଲ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ସେବା ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ହୋମଗାର୍ଡ କମାଣ୍ଡାଣ୍ଟ ଜେନେରାଲ ଓ ଓଡ଼ିଶା ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ରହିବେ ସତ୍ୟଜିତ । ଅଗ୍ନିଶମ ଡିଜି ଆଇପିଏସ୍ ସୁନୀଲ ରୟଙ୍କ ଅବସର ଯୋଗୁ ଏହି ପରିବର୍ତ୍ତନ କରାଯାଇଛି । 

ସେହିପରି ବାଲେଶ୍ୱରରେ ନୂଆ ଏସପି । କ୍ରାଇମବ୍ରାଞ୍ଚ ଏସପି ଆଇପିଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ୱର ଏସପି ଭାବେ ଅବସ୍ଥାପିତ କରାଯାଇଛି । ତେବେ ବାଲେଶ୍ୱର ଏସପି ଥିବା ୨୦୧୧ ବ୍ୟାଚ୍ ଆଇପିଏସ୍ ଯୁଗଳ କିଶୋର ବନୋଥଙ୍କୁ କଟକ(ଗ୍ରାମାଞ୍ଚଳ) ପୁଲିସ୍ ଏସପି ଭାବେ ବଦଳି କରାଯାଇଛି । 

ସେସୁ ସିଇଓ ତଥା ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଫୁଲଟାଇମ୍ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସିଏମଡି ଭାବେ ନିଯୁକ୍ତି ମିଳିଛି । କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । 

ଏଠାରେ କହିରଖୁଛୁ, ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ‘ସେସୁ’କୁ ଟାଟା କମ୍ପାନୀ ଅଧିଗ୍ରହଣ କରିବାପରେ ଶ୍ରୀ ବୋଥ୍ରାଙ୍କୁ ସେଠାରୁ ସରକାର ପ୍ରତ୍ୟାହାର କରିସାରିଛନ୍ତି ।