Advertisement
Article Detail0/zeeodisha/odisha690089
Zee OdishaOdisha Khabarସ୍ନାନ ପୂର୍ଣ୍ଣିମାରେ ଜାରି ହେବ ୧୪୪ ଧାରା

ସ୍ନାନ ପୂର୍ଣ୍ଣିମାରେ ଜାରି ହେବ ୧୪୪ ଧାରା

ସମସ୍ତ ଭକ୍ତମାନେ ବ଼ଡଦାଣ୍ଡକୁ ନ ଆସି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରନ୍ତୁ । ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂ ପୁରୀ ଆସି ସ୍ନାନ ବେଦୀ ସମ୍ମୁଖ ଓ ସିଧାପ୍ରସାରଣର ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ସହ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ।

ସ୍ନାନ ପୂର୍ଣ୍ଣିମାରେ ଜାରି ହେବ ୧୪୪ ଧାରା

ପୁରୀ: ସ୍ନାନ ପୁର୍ଣ୍ଣିମାରେ ଜାରି ହେବ ୧୪୪ ଧାରା  । ଉପଜିଲ୍ଲାପାଳ ଏ ନେଇ ଖୁବ ଶୀଘ୍ର ଜାରି କରିବେ ନିର୍ଦ୍ଦେଶନାମା । ଜୁନ ୪ ରାତ୍ର ୧୦ଟାରୁ ଜୁନ ୬ ଅପରାହ୍ନ ୨ଟା ଯାଏଁ ରହିବ ୧୪୪ ଧାରା । ସେପଟେ ଭକ୍ତ ଓ ପୁରୀ ସହରବାସୀ ବଡଦାଣ୍ଡକୁ ନ ଆସି ଘରେ ରହି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ପାଇବେ । ସେ ନେଇ ପ୍ରଶାସନ ପକ୍ଷରୁ ସବୁ ଗଣମାଧ୍ୟମକୁ ଲାଇଭ ଟେଲିକାଷ୍ଟ ପାଇଁ ଫିଡ ଦିଆଯିବ । ସେପଟେ ଆଜି ରୁକ୍ମଣୀ ହରଣ ଏକାଦଶୀ ମହାପ୍ରଭୁଙ୍କ ବିବାହ ଉତ୍ସବ ହୋଇଥିବା ବେଳେ କଟକଣା ଯୋଗୁଁ ନିରାଡମ୍ବର ଭାବେ ବିନା ତେଲିଙ୍ଗି ବାଜାରେ ପାଳନ କରାଯାଉଛି । ହେଲେ ଆସନ୍ତାକାଲି ଗୁଆଲୀ ଯାତ୍ରା  ଥିବାରୁ ତାହା ବି ଶ୍ରୀମନ୍ଦିର ଭିତରେ କରାଯିବ ବୋଲି ଗୁରୁଜୀଙ୍କ ସହ ପରାମର୍ଶ ପରେ ବନ୍ଦ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କଟକଣାକୁ ପାଳନ କରି କିଭଳି ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଆଜି କରାଯିବ ତାକୁ ନେଇ ସମସ୍ତ ସେବାୟତ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ । ତେବେ ରଥ ନିର୍ମାଣରେ ମଧ୍ୟ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆଜି ତିନି ରଥର ଚାରିନାହାକା ଉଠିସାରିଛି । ତା ସହ ଛନ୍ଦ ଗୟଳ କାମ ସହ ଛକାଠ କାର୍ଯ୍ୟ ରଥ ଖଳାରେ ଚାଲିଛି । ସ୍ନାନ ପୂର୍ଣ୍ଣିମା ପାଇଁ ରଥ ନିର୍ମାଣ ସେବକ ଓ ନୀତିରେ ନିୟୋଜିତ ସେବାୟତଙ୍କୁ ମିଶାଇ ୭ ଶହ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିବା ବେଳେ ସମସ୍ତଙ୍କର ରପୋର୍ଟ ନେଗେଟିଭ ଆସିଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ ସ୍ନାନ ପୁର୍ଣ୍ଣିମା ପୂର୍ବରୁ ଉଠିଲା ତିନି ରଥର ଚାରିନାହାକା । ଚକ ଡେରା ବିଧି ମୁତାବକ ସମ୍ପନ୍ନ ହେବା ପରେ ଅଖ ଉପରେ ପଡିଲା ଦଣ୍ଡା । ନନ୍ଦିଘୋଷ ରଥ, ତାଳଧ୍ବଜ ରଥରେ ୯ଟି ଦଣ୍ଡା ସହ ଦୁଇଟି ମୁହଁ, ଦେବଦଳନର ରଥରେ ୭ଟି ଦଣ୍ଡା ଏବଂ ଦୁଇଟି ମୁହଁ ଲଗାଯିବାପରେ ସେଥିରେ, ନିରାଡି, ଜଳଯନ୍ତ ଏବଂ କଣ ଗୁଜ ଲଗାଯିବାପରେ ଆଜି ବିଧିର ବହୁତ ପୂର୍ବରୁ ଚାରିନାହାକା ଉଠିଲା ।

ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠାଯାଇଥାଏ କିନ୍ତୁ ଏହାର ପୂର୍ବରୁ ଚାରିନାହାକା ଉଠାଯାଇଛି । ମହାରଣା ଓ ଭୋଇ ସେବକ ମାନେ ତିନି ରଥର ଚାରିନାହାକା ଉଠାଇବାପରେ ଛକାଠ, ୧୪ ନାହାକା ଏବଂ ପ୍ରଥମ ଭୂଇଁ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ମହାରଣା ଓ ଭୋଇ ସର୍ଦାର କହିଛନ୍ତି । ସେପଟେ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି ପୁରାପୁରି ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତ କରାଯାଇଛି । ଏଯାବତ ପ୍ରାୟ ୭ ଶହ ସେବାୟତଙ୍କର କୋଭିଡ ଟେଷ୍ଟ କରାଯାଇଥିବା ବେଳେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି  ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି ।

Add Zee News as a Preferred Source

ସମସ୍ତ ଭକ୍ତମାନେ ବ଼ଡଦାଣ୍ଡକୁ ନ ଆସି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରନ୍ତୁ । ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂ ପୁରୀ ଆସି ସ୍ନାନ ବେଦୀ ସମ୍ମୁଖ ଓ ସିଧାପ୍ରସାରଣର ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ସହ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ।

About the Author