ଯେଉଁମାନେ ରଥଯାତ୍ରା କରିବା ପାଇଁ ଚାହୁଁଥିଲେ, ସେମାନେ କାହିଁକି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଖାରବେଳ ।
Trending Photos
)
ମଳୟ ମହାନ୍ତି, ଭୁବନେଶ୍ୱର: କୋରୋନା ଯୋଗୁ ରଥଯାତ୍ରା ବନ୍ଦ କରିବାକୁ ଶୁଣାଣି କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଯାହାକୁ ଅନେକ ସଜହରେ ଗ୍ରହଣ କରିପାରୁନାହାଁନ୍ତି । ଆଉ ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି ବିରୋଧୀ । ରାଜ୍ୟ ସରକାର ଜାଣି ଜାଣି ସୁପ୍ରିମକୋର୍ଟରେ ମୌନ ରହିଲେ ବୋଲି ଅଭିଯୋଗ ହେଉଛି । ତେବେ ଏସବୁ ଭିତରେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇ । ବର୍ତ୍ତମାନ ପରିସ୍ଥିତିରେ ରଥଯାତ୍ରା ହେବା ଉଚିତ ନୁହେଁ ବୋଲି ସେ ମତ ରଖିଛନ୍ତି ।
ସୁପ୍ରିମକୋର୍ଟ ଯାହା କହିଛନ୍ତି, ସେଥିରେ କାୟମ ରୁହନ୍ତୁ ବୋଲି କହିଛନ୍ତି ଖାରବେଳ ସ୍ୱାଇଁ । କିଛି ଲୋକ ନିଜ ସ୍ୱାର୍ଥ ପାଇଁ ରଥଯାତ୍ରା କରିବାକୁ କହୁଛନ୍ତି । ଗଜପତି ଚାପର ବଶବର୍ତ୍ତୀ ହୋଇ ଏପରି କହୁଛନ୍ତି । କିନ୍ତୁ ଯଦି ରଥଯାତ୍ରା ହୁଏ, ତେବେ ବିଶ୍ୱ ସ୍ତରରେ ଭାରତର ଛବି ତଳକୁ ଯିବ । ଭାରତର ବୃହତ କ୍ଷତି ହେବ । କେହି ରିସ୍କ ନେବା ପାଇଁ ଚାହାଁନ୍ତି ନାହିଁ । ରାଜ୍ୟ ଓ କେନ୍ଦ୍ର ସରକାର କୋରୋନା ସଂକ୍ରମଣ ବ୍ୟାପିବାର ଦୋଷ ମୁଣ୍ଡାଇବା ପାଇଁ ଚାହିଁଲେ ନାହିଁ । ସେଥିପାଇଁ ରଥଯାତ୍ରା ବନ୍ଦ ହେଲା, ଆଉ ସମସ୍ତେ ଚୁପ ରହିଲେ ବୋଲି ସେ କହିଛନ୍ତି । ସେହିପରି ଯେଉଁମାନେ ରଥଯାତ୍ରା କରିବା ପାଇଁ ଚାହୁଁଥିଲେ, ସେମାନେ କାହିଁକି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଖାରବେଳ ।
ସେହିପରି ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ଏହି ପ୍ରସଙ୍ଗରେ ମତ ରଖିଛନ୍ତି, ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ । ବଲ ଏବେ ସୁପ୍ରିମକୋର୍ଟରେ । ମୋଡିଫିକେସନ ପିଟିସନର ରାୟ ଆସିବା ପରେ ଜଣାପଡ଼ାବ ସୁପ୍ରିମକୋର୍ଟ ପୁନର୍ବିଚାର କରୁଛନ୍ତି କି ନାହିଁ । ଯିଏ ଯାହା କୁହନ୍ତୁ, ସର୍ବୋଚ୍ଚ ନ୍ୟାୟାଳୟ କହିସାରିବା ପରେ ତା ଉପରେ କିଛି କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ଶ୍ରୀଯୁକ୍ତ ଘଡ଼ାଇ ।
ଏବେ ତର୍ଜମା ଚାଲିଛି ରୀତିନୀତି କେମିତି ପାଳନ ହେବ । ବିରୋଧୀ କିଏ କ'ଣ କହିଲା ସେଥିରେ କ'ଣ ଅଛି ? ଜଜମେଣ୍ଟ ସହିତ କେମିତି ନୀତିକାନ୍ତି ପାଳନ ହେବ ସେ ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ । ଟିଭି ଚ୍ୟାନେଲ ମାଧ୍ୟମରେ ଭକ୍ତ ମାନେ ରଥଯାତ୍ରା ଦେଖିବାକୁ ଚାହୁଁଥିଲେ । ଭକ୍ତ ଦୁଃଖ ପ୍ରକାଶ କରିବା ସ୍ୱାଭାବିକ । କିନ୍ତୁ ସର୍ବୋପରି ସୁପ୍ରିମକୋର୍ଟଙ୍କ ରାୟକୁ ମାନିବାକୁ ପଡିବ ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡ଼ାଇ ।