ରାଜଧାନୀରେ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ
Advertisement

ରାଜଧାନୀରେ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ

 କ୍ଲଷ୍ଟର ଅନୁଯାୟୀ ୫ଟି କ୍ଲଷ୍ଟରରେ ସର୍ଭେ କରାଯାଉଛି । ୨ଟି ପର୍ଯ୍ୟାୟରେ ସେରୋ ସର୍ଭେଲାନ୍ସ କରାଯିବ । ପ୍ରଥମ ପର୍ଯ୍ୟାୟ ପାଇଁ ୫ଟି ଟିମ୍‌ ଗଠିତ ହୋଇଛି । ପ୍ରତି ଟିମରେ ୭ରୁ ୧୦ଜଣ ସଦସ୍ୟ ରହିବେ ।

ରାଜଧାନୀରେ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଜି(ଶନିବାର) ଠାରୁ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ । ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କର ରୋଗ ପ୍ରତିରୋଧକ ସ୍ଥିତି ଓ ଉଚ୍ଚ ବିପଦ ଗୋଷ୍ଠୀର ଜାଣିବା ପାଇଁ ସିଭିକ୍ ଅଥରିଟି ପକ୍ଷରୁ ଭୁବନେଶ୍ୱରରେ କୋଭିଡ-19 ପାଇଁ ସେରୋ ସର୍ଭିଲାନ୍ସ ଆରମ୍ଭ ହୋଇଛି । ଯେହେତୁ ଆରଏମଆରସି (ଆଇସିଏମଆର) ଭୁବନେଶ୍ୱର ତଦାରଖର ବୈଷୟିକ ସହାୟତା ପ୍ରଦାନ କରୁଛି । ତେଣୁ  କୋଭିଡ-19 ଗାଇଡଲାଇନ ଅନୁଯାୟୀ, ଏହି ସର୍ଭେ କରାଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ବିଏମସି ସହଯୋଗରେ ଆରଏମଆରସି ଏହି ସର୍ଭେ କରୁଛି । ୨ ଦିନ ଧରି  ଏହି ସର୍ଭେ ଚାଲିବ ବୋଲି ଜଣାପଡିଛି ।

ତେବେ କ୍ଲଷ୍ଟର ଅନୁଯାୟୀ ୫ଟି କ୍ଲଷ୍ଟରରେ ସର୍ଭେ କରାଯାଉଛି । ୨ଟି ପର୍ଯ୍ୟାୟରେ ସେରୋ ସର୍ଭେଲାନ୍ସ କରାଯିବ । ପ୍ରଥମ ପର୍ଯ୍ୟାୟ ପାଇଁ ୫ଟି ଟିମ୍‌ ଗଠିତ ହୋଇଛି । ପ୍ରତି ଟିମରେ ୭ରୁ ୧୦ଜଣ ସଦସ୍ୟ ରହିବେ । ଟିମର ପରିଚାଳନା ଦାୟିତ୍ୱ ଆର୍‌ଏମ୍‌ଆର୍‌ସି ଅଧିକାରୀଙ୍କ ନିକଟରେ ରହିବ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫୦୦ ନମୁନା ସଂଗ୍ରହ କରିବାକ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱରର ବସ୍ତି ଓ ହଟସ୍ପଟ ଅଞ୍ଚଳରୁ ୧୬୦୦ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ସଦସ୍ୟଙ୍କ ୯୦୦ ନମୁନା ସଂଗ୍ରହ ହେବ । ବିଭିନ୍ନ ୱାର୍ଡରେ ନମୁନା ସଂଗ୍ରହ କରାଯିବ । ଅଧିକ ସଂକ୍ରମିତ ଆଶଙ୍କା ଥିବା ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ କରାଯିବ । ଭୁବନେଶ୍ୱର ମହାନଗର ନିଗମର ୨୫ଟି ୱାର୍ଡରେ କରାଯିବ ଟେଷ୍ଟ । ସେରୋଲଜିକାଲ ଟେଷ୍ଟ ପାଇଁ ଲୋକଙ୍କ ପାଖକୁ ଯିବେ ଟିମ । ପ୍ରଥମ ପର୍ଯ୍ୟାୟରେ ୨୫ ଶହ ଲୋକଙ୍କ ଟେଷ୍ଟ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।