ପ୍ରାରମ୍ଭିକ ଅବସ୍ଥାରେ ଆଗଧାଡ଼ିର କୋରୋନା ଯୋଦ୍ଧା ଭାବେ ବିବେଚିତ ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ଅଗ୍ନିଶମ କର୍ମଚାରୀଙ୍କ ସାଙ୍ଗକୁ ପୌର କର୍ମଚାରୀ, ପରିବହନ କର୍ମଚାରୀମାନଙ୍କ ସେରୋଲଜିକାଲ ଟେଷ୍ଟ ଆରମ୍ଭ ହୋଇଛି ।
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: ପୁରୀରୁ ସେରୋଲଜିକାଲ ଟେଷ୍ଟ ଆରମ୍ଭ ହୋଇଛି । ବାହୁଡା ଯାତ୍ରା ଥିବାରୁ ପୁରୀ ସହରକୁ ପ୍ରାଥମିକତା ଦିଆଯାଉଛି । ପୁରୀ ପରେ ଭୁବନେଶ୍ୱର ଏହି ଟେଷ୍ଟ ହେବ । ତା ପରେ ଜୁଲାଇ ପହିଲାରୁ ଗଞ୍ଜାମ, ଗଜପତି, କଟକର ବଡ଼ମ୍ବା ନରସିଂହପୁରରେ ହେବ । ସେରୋଲଜିକାଲ ଟେଷ୍ଟରେ ରକ୍ତ ନମୁନା ସଂଗ୍ରହ କରାଯାଇ କୋରୋନା ଭୂତାଣୁ ପରୀକ୍ଷା କରାଯିବ । ପ୍ରାରମ୍ଭିକ ଅବସ୍ଥାରେ ଆଗଧାଡ଼ିର କୋରୋନା ଯୋଦ୍ଧା ଭାବେ ବିବେଚିତ ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ଅଗ୍ନିଶମ କର୍ମଚାରୀଙ୍କ ସାଙ୍ଗକୁ ପୌର କର୍ମଚାରୀ, ପରିବହନ କର୍ମଚାରୀମାନଙ୍କ ସେରୋଲଜିକାଲ ଟେଷ୍ଟ ଆରମ୍ଭ ହୋଇଛି ।
ଏହା ସହ ସରକାର ମଗାଇଥିବା ୫୦ ହଜାର କିଟ୍ ଆସିବା ପରେ ଆଣ୍ଟିବଡି ଓ ଆଣ୍ଟିଜେନ ଟେଷ୍ଟ କରାଯିବ । କେତେ ଜଣଙ୍କ ପାଖରେ ଆଣ୍ଟିବଡି ଡ଼େଭେଲପ୍ ହୋଇଛି ନା ନାହିଁ ତାହା ଜଣାପଡିବ । ଆଇଏଲଏସ ରାଜ୍ୟରେ ଜେନମ ଷ୍ଟଡି କରି ସାରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହିତ ୨୨୮ ଟି ଷ୍ଟ୍ରେନ( ସାମ୍ପଲ)କୁ ଆମେ ପରୀକ୍ଷା କରିଛୁ । ଝାଡ଼ଖଣ୍ଡ ଓ ଛତିଶଗଡ଼ ନମୂନା ବି ପରୀକ୍ଷା କରିଛୁ । କେବଳ ଆନାଲିସିସ ବାକି ଅଛି ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଜୁଲାଇ ମାସ ୧୦ ତାରିଖରୁ ଝାରସୁଗୁଡା, ଅନୁଗୁଳ, ପୁରୀ ,କେନ୍ଦୁଝର ସମେତ ୫ଟି ସ୍ଥାନରେ ପରୀକ୍ଷା ହେବ । କୋରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ଭୁତାଣୁ ଆକ୍ରାନ୍ତ କରିବ କି ନାହିଁ ସେ ନେଇ ଇମନୋଲୋଜି ଷ୍ଟଡି କରାଯାଇଛି । ସୁସ୍ଥ ହେବା ପରେ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧ ଶକ୍ତି କେତେ ବଢିଛି ତାର ଅଧ୍ୟୟନ ହେବ ।