ଚର୍ଚ୍ଚାରେ ଶାନ୍ତିଲତାଙ୍କ ହାତ ତିଆରି ରାକ୍ଷୀ

ସ୍ନେହ ଓ ଶ୍ରଦ୍ଧାର ବନ୍ଧନ ରାକ୍ଷୀ । ହେଲେ ବଜାରରେ ଆଉ ବିକ୍ରି ହେଉନି ମାଳମାଳ ରାକ୍ଷୀ, ହେଲେ ଅନଲାଇନରେ ବଢିଛି ଚାହିଦା । କୋରୋନା କଟକଣା ହେତୁ ଘରେ ରହି ରାକ୍ଷୀ ପ୍ରସ୍ତୁତ କରିବା ସହ ଅନଲାଇନ ବିକ୍ରି ହିଁ ସାଜିଛି ମାଧ୍ୟମ । 

ଚର୍ଚ୍ଚାରେ ଶାନ୍ତିଲତାଙ୍କ ହାତ ତିଆରି ରାକ୍ଷୀ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଦିନକ ପରେ ଭାଇ ଭଉଣୀର ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ହେଲେ ଚଳିତ ବର୍ଷ କୋରୋନା କଟକଣା ଭିତରେ ପାଳନ ହେବାକୁ ଯାଉଛି ଏହି ପର୍ବ । ପୂର୍ବ ଭଳି ଭାଇ ହାତରେ ସୁନ୍ଦର ସୁନ୍ଦର ଦାମୀ ରାକ୍ଷୀ ବାନ୍ଧିବାକୁ ନା ବଜାର ଖୋଲିଛି ନା ଭଉଣୀକୁ ଉପହାର ଦେବାକୁ ମାର୍କେଟ ଖୋଲା ରହୁଛି । ସବୁକିଛି କଟକଣା ଆଉ କୋହଳ ଭିତରେ ବଳି ପଡିଯାଇଛି । ଏହି ସମୟରେ ଅନଲାଇନ ବ୍ୟବସାୟ ହିଁ ଏକମାତ୍ର ମାଧ୍ୟମ ସାଜିଛିଥିବା ଏହାକୁ ଦୃଷ୍ଟି ରେ ରଖି ଘରେ ଘରେ ରାକ୍ଷୀ ପ୍ରସ୍ତୁତର ଚାହିଦା ବଢିଛି । ଏପରି ଜଣେ ଉଦାହରଣ ହେଉଛନ୍ତି ଭୁବନେଶ୍ବର ସହିଦ ନଗର ଅଂଚଳର ଛାତ୍ରୀ ଶାନ୍ତିଲତା ମିଶ୍ର । କାଗଜ ଓ କାର୍ଡ ବୋର୍ଡକୁ ନେଇ ନାନା ଭେରାଇଟର ରାକ୍ଷୀ ପ୍ରସ୍ତୁତ କରି ଅନଲାଇନରେ ବିକ୍ରି କରୁଛନ୍ତି । ସେହିପରି ମିଶନ ଶକ୍ତି ଜରିଆରେ ଓରମାସ୍ ପକ୍ଷରୁ ମହିଳା ମାନେ ସବାଇ ଘାସରେ ତିଆରି କରି ବିକ୍ରି କରୁଛନ୍ତି ରାକ୍ଷୀ ।

ସ୍ନେହ ଓ ଶ୍ରଦ୍ଧାର ବନ୍ଧନ ରାକ୍ଷୀ । ହେଲେ ବଜାରରେ ଆଉ ବିକ୍ରି ହେଉନି ମାଳମାଳ ରାକ୍ଷୀ, ହେଲେ ଅନଲାଇନରେ ବଢିଛି ଚାହିଦା । କୋରୋନା କଟକଣା ହେତୁ ଘରେ ରହି ରାକ୍ଷୀ ପ୍ରସ୍ତୁତ କରିବା ସହ ଅନଲାଇନ ବିକ୍ରି ହିଁ ସାଜିଛି ମାଧ୍ୟମ । ଖାସ୍ ସେଇଥିପାଇଁ ଭୁବନେଶ୍ୱର ସହିଦ ନଗର ଅଂଚଳର ବାସିନ୍ଦା ଶାନ୍ତିଲତା ମିଶ୍ରଙ୍କ ହାତ ତିଆରି ରାକ୍ଷୀ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା । ତିନି ବର୍ଷ ହେବ ସେ କାଗଜ ଓ କାର୍ଡ ବୋର୍ଡକୁ ନେଇ ପ୍ରସ୍ତୁତ କରିଆସୁଛନ୍ତି ଭିନ୍ନ ଭିନ୍ନ ରାକ୍ଷୀ । ନିଜ ହାତର ସ୍ପର୍ଷରେ ରଙ୍ଗ ବେରଙ୍ଗ ଓ ବିଭିନ୍ନ ଡିଜାଇନର ରାକ୍ଷୀ ପ୍ରସ୍ତୁତ କରି ସୋସିଆଲ ମିଡିଆ ମାଧ୍ୟମରେ ବ୍ୟବସାୟ କରୁଛନ୍ତି, ତେବେ ଦୋକାନ ବଜାର ବନ୍ଦ ହେତୁ ଚଳିତ ବର୍ଷ ଲୋକମାନଙ୍କ ଦ୍ୱାରା ଏସବୁ ବେଶ ଆଦୃତ ହୋଇପାରିଥିବା ସେ କହିଛନ୍ତି ।

ସେହିପରି ମିଶନ ଶକ୍ତି ଜରିଆରେ ଓରମାସ ପକ୍ଷରୁ ଭେଟି ଦିଆଯାଇଛି ସବାଇଘାସର ରାକ୍ଷୀ । ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏପରି ରାକ୍ଷୀ ପ୍ରସ୍ତୁତ କରି ଭୁବନେଶ୍ବରରେ ବିକ୍ରି କରାଯାଉଛି । ଧାନ, ମୁଗ, ବିରି ଆଦି ପଦାର୍ଥ ସହ ସବାଇଘାସରେ ଏସବୁ ରାକ୍ଷୀ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି । ତେବେ ଧୀରେ ଧୀରେ ଚାଇନ ରାକ୍ଷୀକୁ ସାଧାରଣରେ ବର୍ଜନ କରାଯାଉଥିବା ବେଳେ ଏହି ଲୋକାଲ୍ ରାକ୍ଷୀକୁ ରାଜଧାନୀବାସୀ ବେଶ୍ ପସନ୍ଦ କରିଛନ୍ତି ।