ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ; ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷା
Advertisement

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ; ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷା

ଏହି ପ୍ରସଙ୍ଗରେ ଭର୍ଚୁଆଲ ମିଟିଂ ମାଧ୍ୟମରେ ଅକ୍ଟୋବର ୧୫ ତାରିଖରୁ ବୁଦ୍ଧିଜୀବୀଙ୍କ ମତାମତ ନିଆଯିବ, ଅକ୍ଟୋବର ୧୬ରେ ଜିଲ୍ଲାର ୧୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମତାମତ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ; ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷା

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ (Shreemandir Adminstration) ପକ୍ଷରୁ ଭର୍ଚୁଆଲ ବୈଠକ (Virtual Meet) କରି ସେବାୟତ ନିଯୋଗ ଠାରୁ ମତାମତ ସଂଗ୍ରହ କରାଯାଉଛି । ସେବାୟତ ପ୍ରତିନିଧି ଓ ମହାନାୟକ ଭର୍ଚୁଆଲ ମିଟିଂରେ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ନଥିବା ସ୍ପଷ୍ଟ ଭାବେ ଜଣାଇଛନ୍ତି । ସେପଟେ କାର୍ତ୍ତିକ ମାସ ପ୍ରାରମ୍ଭରୁ ଶ୍ରୀମନ୍ଦିର ଖୋଲିବାକୁ ଦୁଇ ଦିନ ପୁର୍ବରୁ ଛତିଶା ନିଯୋଗ ମହାନାୟକ ଯୁକ୍ତି ବାଢିଥିଲା। 

ଶ୍ରୀମନ୍ଦିର ଖୋଲିବା ନେଇ ମୁହଁ ଖୋଲିଛନ୍ତି ବିଧାୟକ। ସମସ୍ତଙ୍କ ସହ ଆଲୋଚନା କରି ମନ୍ଦିର ଖୋଲାଯିବା ନେଇ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ଭର୍ଚୁଆଲ ମିଟିଂ ମାଧ୍ୟମରେ ଅକ୍ଟୋବର ୧୫ ତାରିଖରୁ ବୁଦ୍ଧିଜୀବୀଙ୍କ ମତାମତ ନିଆଯିବ, ଅକ୍ଟୋବର ୧୬ରେ ଜିଲ୍ଲାର ୧୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମତାମତ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଅକ୍ଚୋବର ୯ ତାରିଖରୁ ଆରମ୍ଭ ହୋଇଛି ପରାମର୍ଶ ବୈଠକ। ଏହା ପରେ ଅକ୍ଟୋବର ୧୨-୧୬ ପର୍ଯ୍ୟନ୍ତ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ବୈଠକ। ସେଥିରେ ୨୬ ନିଯୋଗ, ୫ ମହାନାୟକ, ତଢଉକରଣ ଏବଂ ଦେଉଳକରଣଙ୍କ ସହ ଭର୍ଚୁଆଲ ବୈଠକ କରାଯାଉଛି। ଚଳିତ ମାସ ୧୫ ତାରିଖରେ ପୁରୀ (Puri) ସହରର ବୁଦ୍ଧିଜିବୀ, ବିଭିନ୍ନ ସଙ୍ଗଠନ ସହ ମୁଖ୍ୟ ପ୍ରଶାସକ (Chief adminstrator) ଭର୍ଚୁଆଲ ବୈଠକ କରିବେ। 

ଅକ୍ଚୋବର ୧୬ରେ ଜିଲ୍ଲାର ୧୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମତାମତ ଗ୍ରହଣ କରାଯିବ। ଏହା ପରେ ସମସ୍ତଙ୍କର ମତାମତ, ପରାମର୍ଶକୁ ଏକାଠି କରି ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରି ଚୂଡାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାଖଲ କରିବେ। ବର୍ତ୍ତମାନ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଏବଂ ମହାନାୟକଙ୍କ ସହ ଭର୍ଚ୍ୟୁଆଲ ବୈଠକ କରି ମତାମତ ସଂଗ୍ରହ କରୁଛନ୍ତି । ସେପଟେ ବୈଠକରେ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ସେବାୟତ ପ୍ରତିନିଧିଙ୍କ ମତାମତ ଆସିନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଆଉ ଏକ ଭର୍ଚୁଆଲ ବୈଠକ ଆୟୋଜନ କରିବ ବୋଲି ଜଣାଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

କେବେ ଖୋଲିବ ଶ୍ରୀମନ୍ଦିର । କେତେ ଫଳପ୍ରଦ ହେବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଉଥିବା ଭର୍ଚୁଆଲ ବୈଠକ । ବିଭିନ୍ନ ସେବାୟତ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ନଥିବା ବେଳେ ପରିଚାଳନା କମିଟି ସେବାୟତ ମଧ୍ୟ ମନ୍ଦିର ଖୋଲିଲେ ପ୍ରଶାସନ ବୁଝିବ ବୋଲି ରୋକଠୋକ କହିଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦୦ରୁ ଉର୍ଦ୍ଧ୍ୱ ସେବାୟତ କୋରୋନା ଆକ୍ରାନ୍ତ (Corona Affected Sevayat) ହୋଇ ସାରିଲେଣି । ପ୍ରାୟ ୧୭ରୁ ଉର୍ଦ୍ଧ୍ୱ ସେବାୟତ କୋଭିଡ୧୯ରେ ପ୍ରାଣ ହରାଇ ସାରିଲେଣି । ଅନେକ ସୁସ୍ଥ ହୋଇଥିବା ବେଳେ ଆଉ କିଛି ଚିକିତ୍ସାଧିନ ରହିଛନ୍ତି । ଶ୍ରୀମନ୍ଦିର ଭିତରେ ସାମାଜିକ ଦୂରତା ରହିବା ସମ୍ଭବ ନୁହେଁ । ଭକ୍ତ ସେବକଙ୍କ ମଧ୍ୟରେ ଆଦୌ ବ୍ୟବଧାନ ରହିବ ନାହିଁ । ମାସ୍କ (Mask), ସାନିଟାଇଜର (Sanitizer) ବ୍ୟବସ୍ଥା ଫଳପ୍ରଦ ହେବନାହିଁ । କାର୍ତ୍ତିକ ମାସ ଓ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଥିବାରୁ ଏହା ପୁର୍ବରୁ ନଖୋଲିବାକୁ ରାଜି ନୁହନ୍ତି ସେବାୟତ। 

ସେପଟେ ପୁରୀ ବିଧାୟକ ଶ୍ରୀମନ୍ଦିର ଖୋଲିବା ନେଇ ଯୁକ୍ତି ବାଢିଛନ୍ତି । ସମସ୍ତଙ୍କ ସହ ଆଲୋଚନା କରି କିଭଳି ଶ୍ରୀମନ୍ଦିର ଖୋଲାଯିବ ସେ ନେଇ ପ୍ରଶାସନ ଆଲୋଚନା କରି ପଦକ୍ଷେପ ନେଉ ବୋଲି ସେ ଦାବି କରିଥିବା ବେଳେ ଭକ୍ତଙ୍କୁ ଅନ୍ତତଃ ସିଂହଦ୍ୱାର ପର୍ଯ୍ୟନ୍ତ ଯାଇ ଦର୍ଶନ କରିବାକୁ ସୁଯୋଗ ଦିଆଯିବାକୁ ଦାବି କରିଛନ୍ତି ପୁରୀ ଜିଲ୍ଲା ଓକିଲ ସଂଘ (District Lawyers Association) । ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଚାଲିଛି ସେବାୟତ ନିଯୋଗଙ୍କ ସହ ଆଲୋଚନା ଓ ବିଚାରବିମର୍ଶ । ସେପଟେ ବୁଦ୍ଧିଜିବୀ ଓ ବିଭିନ୍ନ ସଙ୍ଗଠନ ସହ ମଧ୍ୟ ହେବ ଆଲୋଚନା । ଦେଖାଯାଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ'ଣ ରିପୋର୍ଟ ଦେଉଛନ୍ତି । ଆଉ ରାଜ୍ୟ ସରକାରଙ୍କର କଣ ନିଷ୍ପତ୍ତି ନିଆଯାଉଛି ତାହାକୁ ନେଇ ଅପେକ୍ଷା କରିଛନ୍ତି ଜଗନ୍ନାଥ ପ୍ରେମୀ।