Advertisement
Article Detail0/zeeodisha/odisha693835
Zee OdishaOdisha Khabarଆସୁଛି ମୌସୁମୀ, ଆଉ ୩ ଦିନର ଅପେକ୍ଷା

ଆସୁଛି ମୌସୁମୀ, ଆଉ ୩ ଦିନର ଅପେକ୍ଷା

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାଇ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଚଳିତ ମୌସୁମୀ ବାୟୁ ଓଡିଶା ସ୍ପର୍ଶ କରିବାର ସମ୍ଭାବନା ରହିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ମୌସୁମୀକୁ ଆଉ ତିନି ଦିନର ଅପେକ୍ଷା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ସକ୍ରିୟ ହେଉଥିବା ବେଳେ ଆସନ୍ତା ୪୮ ଘଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ହେବା ସହ ଓଡିଶା ଛୁଇଁବା ଦିଗରେ ସହାୟକ ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ ଏନେଇ ସୂଚନା ଦେଇଛନ୍ତି । 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାଇ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଚଳିତ ମୌସୁମୀ ବାୟୁ ଓଡିଶା ସ୍ପର୍ଶ କରିବାର ସମ୍ଭାବନା ରହିଛି । ସେପଟେ ଲଘୁଚାପ ପ୍ରଭାବରେ ଆସନ୍ତା ତିନି ଦିନ ୧୨ ତାରିଖ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାରେ ଅତି ପ୍ରବଳ ଏବଂ ଗଂଜାମ, ଗଜପତି, ପୁରୀ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 

ସେହିପରି ଉତ୍ତର ଉପକୂଳ ଓଡିଶାରେ କିଛି ଜିଲ୍ଲାରେ ଘଡଘଡି ବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ଦୁଇ ଦିନ ଯାଏ ବର୍ଷାର ପରିମାଣ ବୃଦ୍ଧି ହେବା ସହ ୧୩ ତାରିଖରୁ ସାମାନ୍ୟ କମିବାର ସମ୍ଭାବନା ରହିଛି । ସେହିପରି ସମୁଦ୍ର ଅଶାନ୍ତ ସହ ସର୍ବାଧିକ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ୧୨ ତାରିଖ ଯାଏଁ ଧୀବର ମାନଙ୍କୁ ସମୁଦ୍ର ପ୍ରବେଶ ନେଇ କଟକଣା ଜାରି କରିଛି କେନ୍ଦ୍ର ।

Add Zee News as a Preferred Source
About the Author