ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା, କେନ୍ଦ୍ର ନିଷ୍ପତ୍ତିକୁ ଓଡ଼ିଶାର ସମ୍ମତି

ଖୁବଶୀଘ୍ର ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ ।

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା, କେନ୍ଦ୍ର ନିଷ୍ପତ୍ତିକୁ ଓଡ଼ିଶାର ସମ୍ମତି
ପ୍ରତୀକାତ୍ମକ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ଯୋଜନା । ଚଳିତ ବର୍ଷ ଅକ୍ଟୋବର ପହିଲାରୁ ସାରା ଦେଶରେ ଲାଗୁ ହେବ ବରିଷ୍ଠ ନାଗରିକ ହେଲପ୍ ଲାଇନ ନମ୍ବର । ଏହି ନମ୍ବର ମାଧ୍ୟମରେ ବରିଷ୍ଠ ନାଗରିକମାନେ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରିପାରିବେ । ଓଡିଶା ସରକାର ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସହମତି ପ୍ରଦାନ କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । 

ଖୁବଶୀଘ୍ର ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ଏହି ଯୋଜନା ମୁତାବକ, ମୋବାଇଲ ଭ୍ୟାନ ଯୋଗେ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏଥି ସହିତ ଅନ୍ୟ ପାଞ୍ଚଟି ପ୍ରକାରରେ ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ଦଶ ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।