Advertisement
Article Detail0/zeeodisha/odisha699818
Zee OdishaOdisha Khabarସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ରଥ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ରଥ

ସୋମବାର ସୁପ୍ରିମକୋର୍ଟଙ୍କ ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ରଥଯାତ୍ରାର ଆୟୋଜନ ମନ୍ଦିର କମିଟି, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମଧ୍ୟରେ ପରସ୍ପର ସମନ୍ୱୟ ରକ୍ଷା କରି କରାଯିବ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ବିଷୟରେ କୌଣସି ଅଣଦେଖା କରାଯିବ ନାହିଁ ।

ଡିଜାଇନ୍ ଫଟୋ
ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ପୁରୀରେ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାର ଆୟୋଜନ କରିବାର ଶହ ଶହ ବର୍ଷର ପୁରୁଣା ପରମ୍ପରା ଜାରି ରହିବ । କେତେକ ସର୍ତ୍ତ ସହିତ ସୋମବାର ସୁପ୍ରିମକୋର୍ଟ ଏହାକୁ ଅନୁମତି ଦେଇଛନ୍ତି । ଏହା ସହିତ ମଙ୍ଗଳବାର ରଥଯାତ୍ରା ଅନୁଷ୍ଠତ ହେବ ।

ସୋମବାର ସୁପ୍ରିମକୋର୍ଟଙ୍କ ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ରଥଯାତ୍ରାର ଆୟୋଜନ ମନ୍ଦିର କମିଟି, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମଧ୍ୟରେ ପରସ୍ପର ସମନ୍ୱୟ ରକ୍ଷା କରି କରାଯିବ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ବିଷୟରେ କୌଣସି ଅଣଦେଖା କରାଯିବ ନାହିଁ । ଏଥି ସହ କୋର୍ଟ କହିଛନ୍ତି ଯେ, ଯଦି ରାଜ୍ୟ ସରକାର ଅନୁଭବ କରୁଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି, ତେବେ ରଥଯାତ୍ରା ବନ୍ଦ କରିପାରିବେ ।

ପ୍ରକୃତରେ ସୁପ୍ରିମକୋର୍ଟଙ୍କ ଗୋଟିଏ ବେଞ୍ଚ ଜୁନ୍ ୧୮ରେ ଶୁଣାଣି କରି ରଥଯାତ୍ରାର ଆୟୋଜନ ଉପରେ ରୋକ ଲଗାଇ ଥିଲେ । ପରବର୍ତ୍ତୀ ସମୟରେ ପୁନର୍ବିଚାର ଆବେଦନ ଶୁଣାଣି ପାଇଁ ପ୍ରଧାନ ବିଚାରପତି ଏସ ୱୋୱଡେ ଏହି ମାମଲାକୁ ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠକୁ ହସ୍ତାନ୍ତରିତ କରିଥିଲେ । ପ୍ରଧାନ ବିଚାରପତି ଏହା ସ୍ପଷ୍ଟ କରିଛନ୍ତି ଯେ, ସୁପ୍ରିମକୋର୍ଟ କେବଳ ପୁରୀର ରଥଯାତ୍ରା ଉପରେ ଶୁଣାଣି କରିବ । 

Add Zee News as a Preferred Source

ଏହାପୂର୍ବରୁ ଆଜି ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ମାମଲା ସମ୍ପର୍କରେ କେନ୍ଦ୍ର କହିଛି ଯେ, ଲୋକଙ୍କ ଅଂଶଗ୍ରହଣ ବିନା ଏହାକୁ ଆୟୋଜନ କରିବାକୁ ଅନୁମତି ଦିଆଯାଇପାରିବ । କିଛି ପ୍ରତିବନ୍ଧକ ସହିତ ପୁରୀ ରଥ ଯାତ୍ରା ଆୟୋଜନ କରିବାକୁ ସୁପ୍ରିମକୋର୍ଟଙ୍କ ମତକୁ ଓଡିଶା ସରକାର ସମର୍ଥନ କରିଛନ୍ତି ।

About the Author