Advertisement
Article Detail0/zeeodisha/odisha692170
Zee OdishaOdisha Khabarତୁମ ପାଇଁ ସବୁଆଡ଼େ କୋରୋନା ବ୍ୟାପିଗଲାଣି

'ତୁମ ପାଇଁ ସବୁଆଡ଼େ କୋରୋନା ବ୍ୟାପିଗଲାଣି'

ଆସନ୍ତାକାଲି ବିଜେପି ଆୟୋଜନ କରୁଛି Virtual Rally । ଏଥିରେ ସାଢ଼େ ୧୦ ଲକ୍ଷ ଲୋକଙ୍କୁ ସାମିଲ କରିବାକୁ ପ୍ରସ୍ତୁତି ନେଇଛି ରାଜ୍ୟ ବିଜେପି । ଏଥିପାଇଁ ଦିଲ୍ଲୀରେ ଗୋଟିଏ ମଞ୍ଚ ହେଉଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନ୍ୟ ଏକ ମଞ୍ଚ ହେବ । ସୋସିଆଲ ମିଡ଼ିଆ ମାଧ୍ୟମରେ ଏଥିରେ ଲୋକେ ଯୋଡ଼ି ହେବେ । ତେବେ ବିଜେପିର ଏହି ଭର୍ଚ୍ୟୁ

'ତୁମ ପାଇଁ ସବୁଆଡ଼େ କୋରୋନା ବ୍ୟାପିଗଲାଣି'

ମଳୟ ମହାନ୍ତି, ଭୁବନେଶ୍ୱର: ଆସନ୍ତାକାଲି ବିଜେପି ଆୟୋଜନ କରୁଛି Virtual Rally । ଏଥିରେ ସାଢ଼େ ୧୦ ଲକ୍ଷ ଲୋକଙ୍କୁ ସାମିଲ କରିବାକୁ ପ୍ରସ୍ତୁତି ନେଇଛି ରାଜ୍ୟ ବିଜେପି । ଏଥିପାଇଁ ଦିଲ୍ଲୀରେ ଗୋଟିଏ ମଞ୍ଚ ହେଉଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନ୍ୟ ଏକ ମଞ୍ଚ ହେବ । ସୋସିଆଲ ମିଡ଼ିଆ ମାଧ୍ୟମରେ ଏଥିରେ ଲୋକେ ଯୋଡ଼ି ହେବେ । ତେବେ ବିଜେପିର ଏହି ଭର୍ଚ୍ୟୁଆଲ ରାଲିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ । ଲକଡାଉନ୍ ଓ ସଟଡାଉନ୍ ବେଳେ ଏମିତି ଆୟୋଜନ ବେଆଇନ ବୋଲି ସେ କହିଛନ୍ତି । 

ବିଧାୟକ ସୁର ରାଉତରାୟଙ୍କ କହିବା କଥା ହେଲା, କୋରୋନା ଯୋଗୁ ରାଜନୈତିକ କାର୍ଯ୍ୟକ୍ରମ ବାରଣ ହୋଇଛି । ହେଲେ ଅମିତ ଶାହ କେମିତି ଭାଷଣ ଦେବେ ? ତୁମ ପାଇଁ ସାରା ଦେଶରେ କୋରୋନା ଖେଳିଗଲାଣି ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି ସୁର । 

fallback

Add Zee News as a Preferred Source

ସେହିପରି ଓଡିଶା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଶ୍ରମିକଙ୍କୁ ରଖି ପାରିଲନି । ଚାଲି ଚାଲି ପ୍ରବାସୀ ଓଡ଼ିଆମାନେ ପଳେଇ ଆସିଲେ । ଭୟଙ୍କର ପରିସ୍ଥିତି । ସରକାର କ'ଣ କରିଛନ୍ତି ଯେ ପ୍ରଚାର କରିବେ ବୋଲି ପ୍ରଶ୍ନ କରିଛନ୍ତି ସୁର । ୬ ବର୍ଷ ଭିତରେ କ'ଣ ବଡ଼ ପ୍ରକଳ୍ପ କରିଛି ବିଜେପି ? କେଉଁ କେଉଁ ଶିଳ୍ପ ପ୍ରତିଷ୍ଠା ହୋଇଛି ? କେତେ ଅଞ୍ଚଳରେ ଜଳସେଚନ ହୋଇଛି ? ନିଜେ ଲକଡାଉନ୍ କରିଛ, ଆମେ ମାନୁଛୁ । ହେଲେ ତୁମେ ଗୃହମନ୍ତ୍ରୀ ହେଲ ବୋଲି କ'ଣ ନିୟମ ମାନବନି କି ବୋଲି ଶାହଙ୍କୁ ପ୍ରଶ୍ନ କରିଛନ୍ତି ସୁର ରାଉତରାୟ । 

ସେହିପରି ଏହି ପ୍ରସଙ୍ଗରେ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି । ଦଳର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ବର୍ତ୍ତମାନ କୋରୋନା ଲଢ଼େଇରେ ଲାଗିଛୁ । ଜୁନ ୩୦ ପର୍ଯ୍ୟନ୍ତ କୌଣସି ରାଜନୈତିକ କାର୍ଯ୍ୟକ୍ରମ କରିବୁ ନାହିଁ । କିଏ କ'ଣ କଲା, ସେଥିରେ କିଛି କହିବାର ନାହିଁ । କୋରୋନା ସମୟରେ ଲୋକଙ୍କୁ ରକ୍ତ ଅଭାବ ନ ହେଉ,  ସେଥିପାଇଁ କେବଳ 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ ଆମେ କରୁଛୁ ବୋଲି କହିଛନ୍ତି ସଞ୍ଜୟ । 

About the Author