କେବେ ବସିବ ବିଧାନସଭା ? ଏମିତି କହିଲେ ବାଚସ୍ପତି...
Advertisement

କେବେ ବସିବ ବିଧାନସଭା ? ଏମିତି କହିଲେ ବାଚସ୍ପତି...

ଗତ ମାସରେ ବିଧାନସଭାର ବିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲୁ । କିଛି ବୈଠକ ବି ହୋଇଥିଲା । କିନ୍ତୁ ଗତକାଲି ସବୁ ବୈଠକ ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । 

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜୁଲାଇ ମାସକୁ ଗୁରୁତ୍ୱପୂର୍ଣ ବୋଲି ଘୋଷଣା କରିଛନ୍ତି । କୋରୋନା ଆକ୍ରାନ୍ତ ଶୀଘ୍ର ଶୀଘ୍ର ସୁସ୍ଥ ହେଉଛନ୍ତି ସତ, କିନ୍ତୁ ପଜିଟିଭ ସଂଖ୍ୟା ମଧ୍ୟ ଦ୍ରୂତ ଗତିରେ ବଢ଼ୁଛି । ଗତ ମାସରେ ବିଧାନସଭାର ବିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲୁ । କିଛି ବୈଠକ ବି ହୋଇଥିଲା । କିନ୍ତୁ ଗତକାଲି ସବୁ ବୈଠକ ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । 

ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି, ବିଧାନସଭା ମାର୍ଚ୍ଚ ୩୦ରେ ହୋଇଥିଲା । ଆଉ ୬ ମାସ ଭିତରେ ହେବା କଥା । ଏ ନେଇ ଲୋକସଭା ବାଚସ୍ପତି, ରାଜ୍ୟସଭା ଓ ଲୋକସଭା ସଚିବ, ରାଜ୍ୟପାଳଙ୍କ ସହିତ କଥା ହୋଇଛି । ସମସ୍ତଙ୍କର ମତକୁ ଅପେକ୍ଷା କରାଯାଇଛି । ମତ ଆସିବା ପରେ  ପରିସ୍ଥିତିକୁ ଦେଖି କ'ଣ କରାଯାଇପାରିବ, ନିଷ୍ପତ୍ତି ହେବ । ଗାଇଡଲାଇନ ଯାହା ଆସିବ, ସେ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଅନ୍ୟ ରାଜ୍ୟ ବି ନିଷ୍ପତ୍ତିକୁ ଚାହିଁ ବସିଛନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।