Advertisement
Article Detail0/zeeodisha/odisha698269
Zee OdishaOdisha Khabarଏଣିକି ରାଜଧାନୀରେ ଘରେ ଘରେ ହେବ ତାପମାତ୍ରା ପରୀକ୍ଷା

ଏଣିକି ରାଜଧାନୀରେ ଘରେ ଘରେ ହେବ ତାପମାତ୍ରା ପରୀକ୍ଷା

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଏମସିର ଓ୍ବାର୍ଡ ନମ୍ବର ୨୯ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । 

ଏଣିକି ରାଜଧାନୀରେ ଘରେ ଘରେ ହେବ ତାପମାତ୍ରା ପରୀକ୍ଷା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କୋଭିଡ ସଚେତକଙ୍କୁ ମିଳିଲା ଥର୍ମାଲ ସ୍କାନର । ଏଣିକି ଘରେ ଘରେ ହେବ ତାପମାତ୍ରା ପରୀକ୍ଷା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡ ସ୍ତରରେ କୋରୋନା ମୁକାବିଲା କରିବା ଲାଗି ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଗଠନ ହୋଇଥିବା କୋଭିଡ ସଚେତକଙ୍କ ସମେତ ମେଣ୍ଟର ମାନଙ୍କୁ ଆଜି ବିଏମସି ପକ୍ଷରୁ ହେଲଥ୍ କିଟ୍ ଓ ଥର୍ମାଲ ଗନ୍ ପ୍ରଦାନ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଏମସିର ଓ୍ବାର୍ଡ ନମ୍ବର ୨୯ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । 

ପୂର୍ବ ଭଳି ସେମାନେ ଘର ଘର ବୁଲି ସଚେତନ କରିବା ସହ ଏହି କିଟ୍ ସାହାର୍ଯ୍ୟରେ ୱାର୍ଡବାସୀଙ୍କ ତାପମାତ୍ରା ପରୀକ୍ଷା କରି ଯାଞ୍ଚ କରିବେ । ଯେଉଁମାନଙ୍କ ତାପାମାତ୍ରା ସ୍ବଭାବିକ ଠାରୁ ଅଧିକ ରହିବ । ସେମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ୬୭ଟି ୱାର୍ଡରେ ୧୪ ଶହ ସ୍ୱେଚ୍ଛାସେବୀ କୋଭିଡ୍ ସଚେତକ ଟିମରେ ସାମିଲ ହୋଇସାରିଛନ୍ତି । ଆଜି ୨୯ ନମ୍ବର ୱାର୍ଡରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ ଜଣଙ୍କୁ ଥର୍ମାଲ ଗନ୍ ଓ କିଟ୍ ପ୍ରଦାନ କରାଯାଇଛି ।

Add Zee News as a Preferred Source
About the Author