Advertisement
Article Detail0/zeeodisha/odisha696917
Zee OdishaOdisha Khabarମହାପ୍ରଭୁଙ୍କ ଲାଗି ଆସିଲା ଅଣସର ଫଳଭାର

ମହାପ୍ରଭୁଙ୍କ ଲାଗି ଆସିଲା ଅଣସର ଫଳଭାର

ଫଳଭାରରେ ଆମ୍ବ, ପଣସ, ସପୁରୀ, କଦଳୀ, ପଇଡ, ତୁଳସୀ ଆଦି ରହିଛି । ବିରାଟ ପଟୁଆରରେ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ ମହାପାତ୍ର, ପୁରୀ: ଅଣସର ପିଣ୍ଡିରେ ମହାପ୍ରଭୁ । ଫୁଲୁରୀ ତେଲ ଓ ଓଷୁଅ ମାଲିସ ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଆଜି ଦଶମୀ ତିଥିରେ ଚକାବିଜେ କରିଛନ୍ତି ଚତୁର୍ଦ୍ଦାମୁର୍ତ୍ତୀ ।  ସେପଟେ ମହାପ୍ରଭୁଙ୍କ ଲାଗି କାକଟପୁର ମହର୍ଷି ବିଶ୍ୱାମିତ୍ର ଆଶ୍ରମରୁ ଆସିଛି ଅଣସର ଫଳଭାର । 
ବହୁବର୍ଷ ଧରି ଏହି ପରମ୍ପରା ଚାଲିଆସିଛି । ଅଣସରରେ ରହିଥିବା ମହାପ୍ରଭୁଙ୍କ ନିକଟରେ ଫଳମୂଳ ଲାଗି ହେବାର ବିଧି ରହିଛି । ଯେହେତୁ ଶ୍ରୀମନ୍ଦିର ସହିତ କାକଟପୁର ଦେଉଳି ମଠ ବିଶେଷ ଭାବେ ଜଡ଼ିତ । ମହାପ୍ରଭୁଙ୍କ ଦାରୁ ଚିହ୍ନଟ ପାଇଁ ଦେଉଳି ମଠରେ ବହୁବିଧ ଉପାସନା ହୋଇଥାଏ । ଏଣୁ ମହାପ୍ରଭୁ ଅଣସରରେ ରହିଥିବା ବେଳେ ମହାପ୍ରଭୁଙ୍କ ଆରୋଗ୍ୟ କାମନା ପୂର୍ବକ ବିଭିନ୍ନ ମଠ, ମନ୍ଦିର ଓ ଭକ୍ତଙ୍କ ଠାରୁ ମିଳିଥିବା ଅଣସର ଫଳଭାର ଧରି ଝାଞ୍ଜ କୀର୍ତ୍ତନ ସହ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । 

fallback

ଫଳଭାରରେ ଆମ୍ବ, ପଣସ, ସପୁରୀ, କଦଳୀ, ପଇଡ, ତୁଳସୀ ଆଦି ରହିଛି । ବିରାଟ ପଟୁଆରରେ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଏକାଧିକ ବୋଝରେ ଫଳମୂଳ ଓ ତୁଳସୀ ଶ୍ରୀମନ୍ଦିର ଭିତରକୁ ପଠାଯାଇଥିଲା । ଯେହେତୁ କୋରୋନା କଟକଣା ଯୋଗୁଁ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି, ତେଣୁ ବୋଝିଆଙ୍କ ଦ୍ୱାରା ଫଳମୂଳ ଭାର ମନ୍ଦିରକୁ ଯାଇଥିଲା । 

Add Zee News as a Preferred Source
About the Author