Advertisement
Article Detail0/zeeodisha/odisha693781
Zee OdishaOdisha Khabarରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ, ରଥଯାତ୍ରା ହେବ କି ନାହିଁ ?

ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ, ରଥଯାତ୍ରା ହେବ କି ନାହିଁ ?

ଯେଉଁଠି ବାଲଜୀ ମନ୍ଦିର ଖୋଲିଲାଣି, ସେଠି ରାଜ୍ୟରେ ମନ୍ଦିର କାହିଁକି ଖୋଲୁନି ବୋଲି ପ୍ରଶ୍ନ କରିଛି ଭାରତୀୟ ଜନତା ପାର୍ଟି । 

ଫାଇଲ ଫଟୋ
ଫାଇଲ ଫଟୋ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ୧୦ ଦିନ ରହିଲା । ହେଲେ ସରକାର ଏଥି ପାଇଁ କ'ଣ କରୁଛନ୍ତି, ତାହାକୁ ନେଇ ଅନେକ ସନ୍ଦେହଜନକ ସ୍ଥିତି ସୃଷ୍ଟି ହେଉଛି । ରାଜ୍ୟ ସରକାର ଏନେଇ ଏକ ସ୍ପଷ୍ଟ ଚିତ୍ର ଦେବା ଆବଶ୍ୟକ । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ଦାବି କରିଛି ବିଜେପି । 

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ''ଅକ୍ଷୟ ତୃତୀୟରେ ରଥଯାତ୍ରା କାର୍ଯ୍ୟ ଆରମ୍ଭ କରିବା ନେଇ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଥିଲେ । ଆଉ ତୁରନ୍ତ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଲେ । ରାଜ୍ୟ ସରକାର ପ୍ରାୟୋଜିତ ଭାବେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଇ ରଥଯାତ୍ରାକୁ ବନ୍ଦ କରାଇବା ପାଇଁ ଚାହୁଁଥିଲେ ! ସେହିପରି ରଥଯାତ୍ରା ପୂର୍ବରୁ ଏକ ଆରଡିସି ସ୍ତରୀୟ ବୈଠକ ହୋଇଥାଏ । ଆଇନ ମନ୍ତ୍ରୀ ମଧ୍ୟ ଏଥିରେ ଭାଗ ନେଇଥାନ୍ତି। ରଥ ଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରନ୍ତି । ସ୍ନାନ ଯାତ୍ରା ସାରି ରଥଯାତ୍ରାକୁ ଆଉ ୧୦ ଦିନ ରହିଛି, ମାତ୍ର ରଥଯାତ୍ରା ସହ ଜଡିତ ସମସ୍ତ ବିଭାଗ ସହ ଆଜି ପର୍ଯ୍ୟନ୍ତ କୌଣସି ଆଲୋଚନା କରାଯାଇନାହିଁ ।'' 

ପୃଥ୍ୱୀରାଜ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ରଥଯାତ୍ରା କରିବାର ଇଛା ନାହିଁ ତାହା ବର୍ତ୍ତମାନର ସ୍ଥିତି ଦେଖି ମନେହେଉଛି । କେନ୍ଦ୍ର ସରକାର ସମସ୍ତ ମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ପରେ ସବୁଠି ମନ୍ଦିର ଖୋଲିଲାଣି । ହେଲେ କାହିଁକି ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସମସ୍ତ ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲୁନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁଠି ବାଲଜୀ ମନ୍ଦିର ଖୋଲିଲାଣି, ସେଠି ରାଜ୍ୟରେ ମନ୍ଦିର କାହିଁକି ଖୋଲୁନି ? ରଥଯାତ୍ରା ହେବ କି ନାହିଁ , ସେନେଇ ରାଜ୍ୟ ସରକାର ସମସ୍ତ ଜଗନ୍ନାଥପ୍ରେମୀ ଓ ଓଡ଼ିଆଙ୍କୁ ସ୍ପଷ୍ଟ କରିବା ଦରକାର ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । 

Add Zee News as a Preferred Source
About the Author