Advertisement
Article Detail0/zeeodisha/odisha695700
Zee OdishaOdisha Khabarପୁଣି ଖୋଲିଲା ସିବିଆଇ ପେଡ଼ି, ସିସୋର ଲିଙ୍କରେ ଅଭିଯୁକ୍ତକୁ ଅଢ଼େଇ ଘଣ୍ଟା ଜେରା

ପୁଣି ଖୋଲିଲା ସିବିଆଇ ପେଡ଼ି, ସିସୋର ଲିଙ୍କରେ ଅଭିଯୁକ୍ତକୁ ଅଢ଼େଇ ଘଣ୍ଟା ଜେରା

ସିସୋର ଚିଟଫଣ୍ଡ ମାମଲାରେ ଅନେକ ଆଇଏଏସ, ଆଇପିଏସଙ୍କ ନାଁ ରେ ଅଭିଯୋଗ ଆସିଥିଲା ।

ପୁଣି ଖୋଲିଲା ସିବିଆଇ ପେଡ଼ି, ସିସୋର ଲିଙ୍କରେ ଅଭିଯୁକ୍ତକୁ ଅଢ଼େଇ ଘଣ୍ଟା ଜେରା

ସରୋଜ ବେହେରା, ଭୁବନେଶ୍ୱର: ସିସୋର ଚିଟଫଣ୍ଡକୁ ନେଇ ସିବିଆଇ ପୁଣି ଆରମ୍ଭ କରିଛି ତଦନ୍ତ। ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ସିବିଆଇ ଜେରା କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ଜାମିନରେ ଫେରିବା ପରେ ତାଙ୍କୁ ଜେରା କରିଛି ସିବିଆଇ । 

ସିସୋର ଚିଟଫଣ୍ଡ ମାମଲାରେ ଅନେକ ଆଇଏଏସ, ଆଇପିଏସଙ୍କ ନାଁ ରେ ଅଭିଯୋଗ ଆସିଥିଲା । ଦୀର୍ଘ ବର୍ଷକ ପରେ ପୁଣି ସିବିଆଇ ତଦନ୍ତ ଜୋରଦାର କରିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ଆଇଏଏସ ଓ ଜଣେ ଆଇପିଏସଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା କୁହାଯାଉଛି । ଗିରଫ ଅଭିଯୁକ୍ତ ଶୁଭଙ୍କରଙ୍କ ଘରୁ ମିଳିଥିବା ଡାୟରୀରୁ କିଛି ଆଇଏଏସ ଓ ଆଇପିଏସଙ୍କ ନାଁ ସାମନାକୁ ଆସିଥିଲା ।

Add Zee News as a Preferred Source
About the Author