Advertisement
Article Detail0/zeeodisha/odisha695519
Zee OdishaOdisha Khabarଯେଉଁ ରଥର ରଙ୍ଗ ଯେମିତି, ସେବାୟତ ମାସ୍କ ପିନ୍ଧିବେ ସେମିତି

ଯେଉଁ ରଥର ରଙ୍ଗ ଯେମିତି, ସେବାୟତ ମାସ୍କ ପିନ୍ଧିବେ ସେମିତି

ରଥର ରଙ୍ଗ ଅନୁଯାୟୀ ନାଲି-ହଳଦିଆ, ନାଲି-କଳା ଓ ନାଲି-ସବୁଜ ରଙ୍ଗର ତିନି ପ୍ରକାର ମାସ୍କ ତିଆରି କରାଯିବ । 

ଫାଇଲ ଫଟୋ
ଫାଇଲ ଫଟୋ

ସଞ୍ଜୟ ମହାପାତ୍ର, ପୁରୀ: କୋଭିଡ୍ ୧୯ର କଟକଣା ଯୋଗୁଁ ଜୁନ ୨୩ରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶୃଙ୍ଖଳିତ କରାଯିବ। ଭୋର ୪ଟାରୁ ୫ଟା ମଧ୍ୟରେ ପହଣ୍ଡି, ପୁର୍ବାହ୍ନ ୧୧ଟାରେ ରଥଟଣା ଯିବା ସହ ସେହିଦିନ ଚତୁର୍ଦ୍ଧାମୂର୍ତ୍ତି ଆଡପମଣ୍ଡପକୁ ବିଜେ କରିବେ ବୋଲି ନିଷ୍ପତ୍ତି ହୋଇଛି । ସେବାୟତମାନେ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯେଉଁ ରଥ ଯେଉଁ ସେବାୟତ ଟାଣିବେ ସେହି ରଙ୍ଗର ମାସ୍କ ବ୍ୟବହାର କରିବେ ।

ସେପଟେ ରଥଯାତ୍ରା ପାଇଁ ସରକାରଙ୍କ ଅନୁମତି ମିଳିଲେ ସେବକଙ୍କ ଦ୍ୱାରା ରଥଟଣା ଯିବ । ବିନା ପରିଚୟ ପତ୍ରରେ ପ୍ରବେଶ ଅନୁମତି ନାହିଁ । ତିନିରଥର ରଙ୍ଗ ଅନୁଯାୟୀ, ତିନି ପ୍ରକାର ମାସ୍କ ତିଆରି ହେବ । ଡିଜାଇନ ପ୍ରସ୍ତୁତ ହେବା ସହ ଖୁବଶୀଘ୍ର ବୟନିକା ପ୍ରସ୍ତୁତ କରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ସେପଟେ ବିନା ଭକ୍ତରେ ରଥଯାତ୍ରା ହେଉଥିବାରୁ ପ୍ରାୟ ୧୦୦୦ରୁ ୧୨୦୦ ସେବାୟତ ସାମିଲ ହେବା ପାଇଁ ପ୍ରସ୍ତୁତ ଚାଲିଛି । ରାଜ୍ୟ ସରକାର ଓ ପୁଲିସ ପ୍ରଶାସନକୁ କେବଳ ଭକ୍ତ ଭାବେ ସେବାୟତ ମାନେ ସହଯୋଗ କରି ରଥଟାଣିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । 

ଏଥର ସ୍ନାନ ପୂର୍ଣ୍ଣିମା ଭଳି ବିନା ଭକ୍ତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।  କୋଭିଡ୍ 19ର ଗାଇଡଲାଇନ୍ ଆଧାରରେ ରଥଯାତ୍ରା ପରିଚାଳନା କରିବାକୁ ଏକ ପ୍ରକାର ପ୍ରସ୍ତୁତ ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଭୋର ୪ଟାରୁ ୫ଟା ମଧ୍ୟରେ ପହଣ୍ଡି, ପୂର୍ବାହ୍ନ ୧୧ଟାରେ ରଥଟଣା ଯିବା ସହ ସେହିଦିନ ଚତୁର୍ଦ୍ଧାମୂର୍ତ୍ତି ଆଡପମଣ୍ଡପକୁ ବିଜେ କରିବେ । ମହାପ୍ରଭୁ ଆଡ଼ପ ମଣ୍ଡପରେ ଆଠଦିନ ନୁହେଁ, ନଅଦିନ ରହିବେ । ଯାହା ପନ୍ଦର ଦିନିଆ ଅଣସର ନୀତି ଭଳି ଆଉ ଏକ ଇତିହାସ ସୃଷ୍ଟି ହେବ । ସେପଟେ ସରକାରଙ୍କ ଅନୁମତି ମିଳିଲେ ବିନା ଭକ୍ତରେ ହେବ ରଥଯାତ୍ରା । ଚଳିତବର୍ଷ କୋରୋନା ଯୋଗୁଁ ସେବାୟତମାନେ ଟାଣିବେ ରଥ । ସେମାନଙ୍କୁ ସ୍ନାନ ପୂର୍ଣ୍ଣିମା ଭଳି ପ୍ରସ୍ତୁତ କରାଯିବ । ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ କରାଯାଇ କ୍ୱରାଣ୍ଟିନରେ ରଖାଯାଇଛି । ଏଥିସହ ସେମାନଙ୍କ ଲାଗି ୫ହଜାର ସ୍ୱତନ୍ତ୍ର ମାସ୍କ ତିଆରି କରିବା ପାଇଁ  ବୟନିକାକୁ ଅର୍ଡର ଦିଆଯାଇଛି । ଏନେଇ ଡିଜାଇନ ପ୍ରସ୍ତୁତ ସରିଛି । ରଥର ରଙ୍ଗ ଅନୁଯାୟୀ ନାଲି-ହଳଦିଆ, ନାଲି-କଳା ଓ ନାଲି-ସବୁଜ ରଙ୍ଗର ତିନି ପ୍ରକାର ମାସ୍କ ତିଆରି କରାଯିବ । ଯେଉଁ ରଥ ଯେଉଁ ସେବାୟତ ଟାଣିବେ ସେହି ରଙ୍ଗର ମାସ୍କ ବ୍ୟବହାର କରିବେ । ମାସ୍କ ବାଧ୍ୟତାମୂଳକ । 

Add Zee News as a Preferred Source

ବିନା ପରିଚୟ ପତ୍ରରେ ପ୍ରବେଶ ଉପରେ ମଧ୍ୟ କଟକଣା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ସେପଟେ ରଥଟଣା ଲାଗି ବିଭିନ୍ନ ନିଯୋଗ ସେବାୟତଙ୍କ ତାଲିକା ଦେବେ । ପୂଜାପଣ୍ଡା ଓ ସିଂହାରୀ ନିଯୋଗରୁ ୧୫୦ ଜଣ ଲେଖାଏଁ ରହିବେ ବୋଲି ପୂର୍ବରୁ ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏଥର ଭକ୍ତ ନୁହେଁ, ପ୍ରାୟ୧୦୦୦ରୁ ୧୨୦୦ ସେବାୟତ ରଥଟଣାରେ ସାମିଲ ହେବେ । ରାଜ୍ୟ ସରକାର ଓ ପୁଲିସ ପ୍ରଶାସନକୁ କେବଳ ଭକ୍ତ ଭାବେ ସେବାୟତମାନେ ସହଯୋଗ କରି ରଥଟାଣିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ସେପଟେ ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ତିନିଦିନ ଧରି ଶ୍ରୀଅଙ୍ଗରେ କରାଯାଉଛି ଓଷଲାଗି । 

About the Author