Advertisement
Article Detail0/zeeodisha/odisha701914
Zee OdishaOdisha Khabarରାଜ୍ୟରେ ପୁଣିଥରେ ହେବ କି ଲକଡାଉନ୍, ଏମିତି କହିଲେ ILS ନିର୍ଦ୍ଦେଶକ

ରାଜ୍ୟରେ ପୁଣିଥରେ ହେବ କି ଲକଡାଉନ୍, ଏମିତି କହିଲେ ILS ନିର୍ଦ୍ଦେଶକ

ପୁରୀ, ଗଞ୍ଜାମ, ଗଜପତି, ଭୁବନେଶ୍ୱର ଇତ୍ୟାଦି ସ୍ଥାନରେ ସେରୋଲଜିକାଲ ସର୍ଭେ  ହେବ ବୋଲି କହିଛନ୍ତି ILS ନିର୍ଦ୍ଦେଶକ । 

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଜୁଲାଇ ମାସରେ ବଢ଼ିବ କୋରୋନା ଟେଷ୍ଟ । ପ୍ରତିଦିନ ୫ହଜାର ଟେଷ୍ଟ ପାଇଁ ଟାର୍ଗେଟ ରଖାଯାଇଛି । SCB, RMRC, ILSରେ ଅଧିକ ସଂଖ୍ୟକ ଟେଷ୍ଟ କରାଯିବ । ସେହିପରି ୭ଟି ମେଡିକାଲ କଲେଜରେ ମଧ୍ୟ ପ୍ରତ୍ୟେକ ଦିନ ୧୫୦ରୁ ୨୦୦ ଟେଷ୍ଟ  କରାଯିବ। କେବଳ ଏତିକି ନୁହେଁ, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୋଳ, ପୁରୀ ଏବଂ କଳାହାଣ୍ଡିରେ ନୂଆ ଟେଷ୍ଟ ଲାବ କରାଯିବ । ଏନେଇ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା । 

ସେହିପରି ଖୁବଶୀଘ୍ର ରାଜ୍ୟରେ ଆଣ୍ଟିବାଡ଼ି, ଆଣ୍ଟିଜେନ ଏବଂ ସରୋଲୋଜିକାଲ ସର୍ଭେ ହେବ । ସେଥିପାଇଁ ୫୦ ହଜାର କିଟ୍ ଅର୍ଡର କରାଯାଇଛି । ଆସନ୍ତା ସପ୍ତାହରୁ କିଟ ମାଧ୍ୟମରେ ଟେଷ୍ଟ କରାଯିବ ।  ପୁରୀ, ଗଞ୍ଜାମ, ଗଜପତି, ଭୁବନେଶ୍ୱର ଇତ୍ୟାଦି ସ୍ଥାନରେ ସେରୋଲଜିକାଲ ସର୍ଭେ  ହେବ ବୋଲି କହିଛନ୍ତି ILS ନିର୍ଦ୍ଦେଶକ । 

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ସେ କହିଛନ୍ତି । ଆଗକୁ ରାଜ୍ୟରେ ଲକଡାଉନ ବଢ଼ାଯିବ କି ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି, ''ଏ ନିଷ୍ପତ୍ତି ରାଜ୍ୟ ସରକାର ନେବେ । କିନ୍ତୁ ଆଗକୁ ଆମକୁ ଅଧିକ ସଚେତନ ହେବାକୁ ପଡିବ ।''

Add Zee News as a Preferred Source
About the Author