ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ, ଜୁଲାଇ ୧୩ରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଅନଲାଇନ୍‌ କ୍ଲାସ୍‌
Advertisement
Article Detail0/zeeodisha/odisha704774

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ, ଜୁଲାଇ ୧୩ରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଅନଲାଇନ୍‌ କ୍ଲାସ୍‌

ସବୁ ଶିକ୍ଷାନୁଷ୍ଠାନରେ ହେଲ୍ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି । ପିଲାମାନେ ଲାଇବ୍ରେରୀରୁ ଯେପରି ବହି ନେଇ ପଢ଼ି ପାରିବେ, ସେ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ଅଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଜୁଲାଇ ୧୩ରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଅନଲାଇନ୍‌ କ୍ଲାସ୍‌ । ଏନେଇ ସବୁ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରିବାକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । ଏହାଛଡ଼ା ଅଗଷ୍ଟ ୩୧ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀରେ ଶିକ୍ଷାନୁଷ୍ଠାନ ଚଳାଇବାକୁ କୁହାଯାଇଛି । ତେବେ ଏହି ସମୟ ମଧ୍ୟରେ କ୍ଲାସ୍‌ ରୁମ ପାଠପଢା ପାଇଁ ଅନୁମତି ଦିଆଯାଇନାହିଁ ।

fallback

ସେହିପରି ସବୁ ଶିକ୍ଷାନୁଷ୍ଠାନରେ ହେଲ୍ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି । ପିଲାମାନେ ଲାଇବ୍ରେରୀରୁ ଯେପରି ବହି ନେଇ ପଢ଼ି ପାରିବେ, ସେ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ଅଛି । କୋରୋନା ଭାଇରସ ମହାମାରୀକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

;