ଗତ ବର୍ଷ ଆଜିର ଦିନରେ ହୀରାକୁଦ ନଦୀବନ୍ଧର ଜଳସ୍ତର ୬୦୦ ଫୁଟ ଥିବା ବେଳେ ଏଥର ଭଲ ବର୍ଷା କାରଣରୁ ୧୪ ଫୁଟ ପାଣିର ବୃଦ୍ଧି ଘଟିଛି । ବନ୍ଧର ଜଳ ସ୍ତର ଏଥର ପୂର୍ବାପେକ୍ଷା ରେକର୍ଡ କରିଥିବାର ସୂଚନା ରହିଛି ।
Trending Photos
)
ସମ୍ୱଲପୁର: ଜୁନ୍ ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବାକୁ ଥିବା ବେଳେ ଏଥର ଏଥିରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଥର ଗୋଟିଏ ମାସ ପୂର୍ବରୁ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ବନ୍ୟାଜଳ ନିଷ୍କାସନ ଇତିହାସରେ ପ୍ରଥମ କରି ଏଥର ଏକ ମାସ ପୂର୍ବରୁ ବନ୍ୟାଜଳ ନିଷ୍କାସନ କରାଯିବ । ଏଥର ଉପର ମୁଣ୍ଡରେ ତଥା ଅଂଚଳରେ ଭଲ ବର୍ଷା ହୋଇଥିବା କାରଣରୁ ହୀରାକୁଦ ନଦୀ ବନ୍ଧରେ ଆଜିର ଦିନରେ ୬୧୪ ଫୁଟ ପାଣି ସ୍ତର ରହିଛି ।
ଗତ ବର୍ଷ ଆଜିର ଦିନରେ ହୀରାକୁଦ ନଦୀବନ୍ଧର ଜଳସ୍ତର ୬୦୦ ଫୁଟ ଥିବା ବେଳେ ଏଥର ଭଲ ବର୍ଷା କାରଣରୁ ୧୪ ଫୁଟ ପାଣିର ବୃଦ୍ଧି ଘଟିଛି । ବନ୍ଧର ଜଳ ସ୍ତର ଏଥର ପୂର୍ବାପେକ୍ଷା ରେକର୍ଡ କରିଥିବାର ସୂଚନା ରହିଛି । ଏଥର ଜୁନ ୨୫ରେ ହୀରାକୁଦ ନଦୀବନ୍ଧର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ସେଦିନ ସକାଳ ୧୦ଟା ଉପରାନ୍ତ ଯେ କୌଣସି ସମୟରେ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ବନ୍ଧ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।