ଜାରି ରହିଛି ଲକ୍ ଡାଉନ୍, କିନ୍ତୁ ଶ୍ରୀମନ୍ଦିର ହୁଣ୍ଡିରୁ ବାହାରୁଛି ଦାନ ଅର୍ଥ

ଆଜି ମଧ୍ୟ ଦୟଣା ଚୋରୀ ନୀତିକୁ ଶ୍ରୀମନ୍ଦିର ଭିତର ବେଢାରେ ବିଜେ କାହାଳୀ ବାଜି ସମ୍ପାଦିତ କରାଯାଇଛି । ହେଲେ ଭକ୍ତଙ୍କ କୋଳାହଳ ନ ଥିବାରୁ ମହାପ୍ରଭୁଙ୍କ ମୁହଁ ମଳିନ ଦେଖାଯାଉଥିବା  ବେଳେ ରତ୍ନସିଂହାସନରେ ନୀତି କରୁଥିବା ପୁଜାପଣ୍ଡା ସେବାୟତ ବି ନିଜ କୋହକୁ ମହାପ୍ରଭୁଙ୍କୁ ଜଣାଉଛନ୍ତି । କେବେ ସଂସାର ମୁକୁଳିବ କୋରୋନା ମହାମାରୀରୁ ବୋଲି ଆବେଗଭରା କଣ୍ଠରେ କହିଛନ୍ତି ସେବାୟତ ।

ଜାରି ରହିଛି ଲକ୍ ଡାଉନ୍, କିନ୍ତୁ ଶ୍ରୀମନ୍ଦିର ହୁଣ୍ଡିରୁ ବାହାରୁଛି ଦାନ ଅର୍ଥ

ପୁରୀ: କୋରୋନାକୁ ଦେଶସାରା ଜାରି ରହିଛି ଲକ୍ ଡାଉନ୍ । ଦେଶର ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ଶ୍ରୀମନ୍ଦିରରେ ଜାରୀ ରହିଛି ମହାପ୍ରଭୁଙ୍କ ନୀତି । ପାଳିଆ ସେବାୟତଙ୍କ ଦ୍ୱାରା ସକାଳୁ ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ପହୁଡ ନୀତି ପର୍ଯ୍ୟନ୍ତ ସମସ୍ତ ନୀତି ସଠିକ ସମୟରେ କରାଯାଉଛି । ହେଲେ ଭକ୍ତଙ୍କ କୋଳାହଳ ନ ଥିବାରୁ ମହାପ୍ରଭୁଙ୍କ ମୁହଁ ମଳିନ ରହିଥିବା ବେଳେ ରତ୍ନସିଂହାସନରେ ନୀତି କରୁଥିବା ପୁଜାପଣ୍ଡା ସେବାୟତ ବି ନିଜ କୋହକୁ ମହାପ୍ରଭୁଙ୍କୁ ଜଣାଉଛନ୍ତି  । କେବେ ସଂସାର ମୁକୁଳିବ କୋରୋନା ମହାମାରୀରୁ । ସେପଟେ ଭକ୍ତ ନାହାନ୍ତି କି କୋଳାହଳ ନାହିଁ ହେଲେ ଲକ୍ ଡାଉନ୍ ଦିନ ଠାରୁ ଶ୍ରୀମନ୍ଦିର ହୁଣ୍ଡିରୁ ବନ୍ଦ ହୋଇନି ଆୟ  । ପ୍ରତିଦିନ ହୁଣ୍ଡିରୁ ବାହାରୁଛି ଦାନ ଅର୍ଥ  । ଆଉ ଏହା ହେଉଛି ଆସ୍ଥା ଓ ବିଶ୍ୱାସର ଚମତ୍କାର ବୋଲି କହିଛନ୍ତି ବରିଷ୍ଠ ସେବାୟତ   ।

ସାରା ଦେଶ ଲକ ଡାଉନ  । ପୁଣି ବାଦ ପଡିନି ଧର୍ମାନୁଷ୍ଠାନ  । ହେଲେ ବିଶ୍ୱ ନିୟନ୍ତା କାଳିଆ ଠାକୁରଙ୍କ ଶ୍ରୀମନ୍ଦିରରେ କିଭଳି ହେଉଛି ନୀତିକାନ୍ତି  । ପୁଣି କିଭଳି ହେଉଛି ଛପନ ପଉଠୀ ଭୋଗର ପ୍ରସ୍ତୁତି  । କେଉଁଠୁ ଆସୁଛି ମହାପ୍ରସାଦ ପ୍ରସ୍ତୁତି ପାଇଁ ସାମଗ୍ରୀ  । ତେବେ କିଏ  କରୁଛି ନୀତି କାନ୍ତି ଏଭଳି ଅନେକ ପ୍ରଶ୍ନ ଭକ୍ତମାନଙ୍କୁ ଆନ୍ଦୋଳିତ କରୁଥିବ । ଲକ ଡାଉନକୁ ଆଜି ୧୪ ଦିନ ପୁରିଲାନି । ତା ଭିତରେ ମହାପ୍ରଭୁଙ୍କ ମନ୍ଦିରକୁ ଏପ୍ରିଲ ୧୪ ଯାଏଁ କେବଳ ପାଳିଆ ସେବାୟତଙ୍କ ଛଡା ଭକ୍ତ ଓ ସେବାୟତଙ୍କୁ ଛଡାଯାଉନି ଶ୍ରୀମନ୍ଦିର ଭିତରକୁ  । ପାଳି ଅନୁସାରେ ସେବା କରୁଛନ୍ତି ପାଳିଆନ ସେବାୟତ । ଦ୍ୱାରଫିଟା ଠାରୁ ପହୁଡ ପର୍ଯ୍ୟନ୍ତ ରହିଛି ଅନେକ ନୀତିକାନ୍ତି । ସକାଳୁ ଭିତରଛ ମହାପାତ୍ର ଦ୍ୱାର ଫିଟା ନୀତି କରିବା ପରେ ଆରମ୍ଭ ହେଉଛି ମହାପ୍ରଭୁଙ୍କ ନୀତି । ପୁଣି ଏବେ ଚାଲିଛି ଶ୍ରୀରାମନବମୀରୁ ରାମ ଜନ୍ମ ଠାରୁ ରାବଣ ବଧ ପର୍ଯ୍ୟନ୍ତ ଓ ଶେଷରେ ଲବ କୁଶ ଜନ୍ମ ପର୍ଯ୍ୟନ୍ତ ସମସ୍ତ ନୀତି ସମ୍ପାଦିତ ହେଉଥିବା ବେଳେ  ସାମାଜିକ ଦୂରତାକୁ ନେଇ ନିରାଡମ୍ବର ଭାବେ ପାଳନ କରାଯାଉଛି । 

ଆଜି ମଧ୍ୟ ଦୟଣା ଚୋରୀ ନୀତିକୁ ଶ୍ରୀମନ୍ଦିର ଭିତର ବେଢାରେ ବିଜେ କାହାଳୀ ବାଜି ସମ୍ପାଦିତ କରାଯାଇଛି । ହେଲେ ଭକ୍ତଙ୍କ କୋଳାହଳ ନ ଥିବାରୁ ମହାପ୍ରଭୁଙ୍କ ମୁହଁ ମଳିନ ଦେଖାଯାଉଥିବା  ବେଳେ ରତ୍ନସିଂହାସନରେ ନୀତି କରୁଥିବା ପୁଜାପଣ୍ଡା ସେବାୟତ ବି ନିଜ କୋହକୁ ମହାପ୍ରଭୁଙ୍କୁ ଜଣାଉଛନ୍ତି । କେବେ ସଂସାର ମୁକୁଳିବ କୋରୋନା ମହାମାରୀରୁ ବୋଲି ଆବେଗଭରା କଣ୍ଠରେ କହିଛନ୍ତି ସେବାୟତ ।

ଶ୍ରୀମନ୍ଦିରରେ ଲକ ଡାଉନକୁ ନେଇ ସବୁଆଡେ ଖାଁ ଖାଁ । ନାହାନ୍ତି ଭକ୍ତ କି ଶୁଣାଯାଉନି କୋଳାହଳ । ହେଲେ ସବୁଠୁ ଚମତ୍କାର ହେଲା ସବୁଦିନ ଶ୍ରୀମନ୍ଦିରର ହୁଣ୍ଡିରୁ ବାହାରୁଛି ଦାନ ଅର୍ଥ । କିଏ ଦେଉଛି ଦାନ । ଭକ୍ତଙ୍କ ପ୍ରବେଶ ନ ଥିବା ବେଳେ ପ୍ରତିଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୁଣ୍ଡିରୁ ଆୟ ଆସୁଛି । ତେବେ ଏହା ହେଉଛି ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କର ଅତୁଟ ବିଶ୍ୱାସ ଓ ଭକ୍ତି  । ସେବାୟତମାନେ ନିଜେ ହୁଣ୍ଡିରେ ଟଙ୍କା ପକାଉଥିବା ବେଳେ କିଛି ଭକ୍ତ ସେମାନଙ୍କର ମନବାଞ୍ଛା ପୂର୍ଣ୍ଣ ପାଇଁ ହୁଣ୍ଡିରେ ଟଙ୍କା ପକାଇବାକୁ ନିଜ କୌଳିକ ପଣ୍ଡାଙ୍କ ଦ୍ୱାରା ପକାଉଛନ୍ତି । ତେବେ ଲକ ଡାଉନ ଠାରୁ ଏଯାବତ ଦୈନିକ ୩ ହଜାରରୁ ଆରମ୍ଭ କରି ୮ ଶହ ପର୍ଯ୍ୟନ୍ତ ଟଙ୍କା ଲେଖାଏଁ ହୁଣ୍ଡିରୁ ବାହାରିଛି  । ତେବେ ୧୪ ଦିନ ଯାଏଁ ଲକ ଡାଉନ ରହିଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ କଟକଣା ଠାରୁ ଆଜି ପର୍ଯ୍ୟନ୍ତ ହୁଣ୍ଡିରୁ ଆୟ ହୋଇଛି ମାତ୍ର ୨୫ ହଜାର ୧୧୦ ଟଙ୍କା ।  ଯେଉଁଠି ଦୈନିକ ୨ ଲକ୍ଷରୁ ଅଧିକ ହୁଣ୍ଡି ଆୟ ମିଳୁଥିବା ବେଳେ ଭକ୍ତଙ୍କ ଆଗମନ ନ ଥିଲେ ସୁଦ୍ଧା ହୁଣ୍ଡି ଶୁନ୍ୟ ହୋଇନଥିବା ଅଦୃଶ୍ୟ ଶକ୍ତିର ଖେଳ ବୋଲି କହିଛନ୍ତି ସେବାୟତ ।

ଖାଲି ମହାପ୍ରଭୁଙ୍କ ନୀତିକାନ୍ତି ନୁହେଁ ଭକ୍ତଙ୍କ ଆଗମନ ନ ଥିଲେ ବି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗୁଛି ଦୈନିକ ବିଭିନ୍ନ ରକମର ସୁଗନ୍ଧିତ ପୁଷ୍ପ ଓ ତୁଳସୀ । ଶ୍ରୀଅଙ୍ଗରେ କର ପଲ୍ଲବ , ନାକଚଣା , ହୃଦୟ ପଲ୍ଲବ , ଚୁଳ ସହିତ ବେକରେ ଫୁଲର ହାର ମଧ୍ୟ ଶୋଭାପାଉଛି । କୋରୋନାକୁ ନେଇ ଲକ ଡାଉନର କଟକଣା ସତ୍ତ୍ୱେ ମଧ୍ୟ ମହାପ୍ରଭୁଙ୍କର କୌଣସିଥିରେ ଟିକିଏ ଉଣା କରୁନାହନ୍ତି ସେବାୟତ । ଯଥା ସମ୍ଭବ ମହାପ୍ରଭୁଙ୍କୁ ସେବା ଯୋଗାଇ ଚାଲିଛନ୍ତି ।