Advertisement
Article Detail0/zeeodisha/odisha697382
Zee OdishaOdisha Khabarଖୋଲିଲା ମାର୍କେଟ, ନିୟମ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଖୋଲିଲା ମାର୍କେଟ, ନିୟମ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଗ୍ରାହକଙ୍କ ମଧ୍ୟରେ ମାସ୍କ ଓ ସାମାଜିକ ଦୂରତା ବଜାୟ ନ ରଖିଲେ ଏହି କାର୍ଯ୍ୟାନୁଷ୍ଠାନ ହେବ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜଧାନୀରେ ଖୋଲିଲା ମାର୍କେଟ । ସର୍ତ୍ତମୂଳକ ଭାବେ ମାର୍କେଟ ଖୋଲିବାକୁ ଅନୁମତି ମିଳିଛି । ରଜରେ ପ୍ରବଳ ଭିଡ଼କୁ ଦେଖି ବିଏମସି ପକ୍ଷରୁ ଭୁବନେଶ୍ୱର ୟୁନିଟ ୧ ହାଟ ଓ ୟୁନିଟ ୨ ମାର୍କେଟ ବିଲ୍ଡିଂକୁ ସିଲ୍ କରାଯାଇଥିଲା । ତେବେ ଆଜିଠୁ ସମସ୍ତ ଦୋକାନ ସର୍ତ୍ତମୂଳକ ଭାବେ ଖୋଲିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ । 

ସେ କହିଛନ୍ତି, ବ୍ୟବସାୟୀ ସଂଘର ଆବେଦନକୁ ବିଚାର କରି ଅନୁମତି ଦିଆଯାଇଛି । ଏହାସହ ବିଏମସିର ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବ୍ୟବସାୟୀ ଓ ଗ୍ରାହକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପ କଲେ ତିନୋଟି ପର୍ଯ୍ୟାୟରେ ଦୋକାନ ବନ୍ଦ କରାଯିବ ବୋଲି ସ୍ପଷ୍ଟ ଭାବେ କହିଦେଇଛନ୍ତି ବିଏମସିର ଅତିରିକ୍ତ କମିଶନର । 

ଗ୍ରାହକଙ୍କ ମଧ୍ୟରେ ମାସ୍କ ଓ ସାମାଜିକ ଦୂରତା ବଜାୟ ନ ରଖିଲେ ଏହି କାର୍ଯ୍ୟାନୁଷ୍ଠାନ ହେବ । ପ୍ରଥମ ଉଲ୍ଲଂଘନରେ ଦୋକାନ ସିଲ ହେବ । ଦ୍ୱିତୀୟରେ ଦୋକାନୀଙ୍କ ଟ୍ରେଡ ଲାଇସେନ୍ସ ରଦ୍ଦ କରାଯିବ । ଶେଷରେ ଦୋକାନୀଙ୍କ ଲାଇସେନ୍ସକୁ ସମ୍ପୂଣ୍ଣ ବାତିଲ କରାଯିବ । ସେହିପରି ଗ୍ରାହକମାନେ ଏସବୁ ନିୟମର ଖିଲାପ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଅବନୀକାନ୍ତ ପଟ୍ଟନାୟକ । 

Add Zee News as a Preferred Source
About the Author