ରାଜମିସ୍ତ୍ରୀଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା
Trending Photos
)
ସରୋଜ ବେହେରା, ଭୁବନେଶ୍ୱର: ରାଜଧାନୀରେ ହତ୍ୟାକାଣ୍ଡ । ଯୁବକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା । ମୃତକ ଜଣକ ହେଲେ ପଟିଆ ଭୋଇସାହିର ଦୀପକ ନାୟକ । ତାଙ୍କ ଘର ସାମ୍ନାରୁ ମୃତଦେହ ଉଦ୍ଧାର କରିଛି ଚନ୍ଦ୍ରଶେଖରପୁର ପୋଲିସ । ଘଟଣାରେ ଜଣେ ଅଭିଯୁକ୍ତ ସନାତନକୁ ଗିରଫ କରାଯାଇଛି । ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଫରେନସିକ ଟିମ୍ ।

ଯାହା କୁହାଯାଉଛି, ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଦୀପକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତ ଦୀପକ ନାୟକ ଜଣେ ରାଜମିସ୍ତ୍ରୀ ଥିଲେ । ଫରେନସିକ୍ ଟିମ୍ ପହଞ୍ଚି କାଠ ଫାଳିଆକୁ ଜବତ କରିଛି । ତେବେ ତାଙ୍କୁ କେଉଁ କାରଣରୁ ହତ୍ୟା କରାଯାଇଛି, ସେନେଇ ଛାନଭିନ ଆରମ୍ଭ କରିଛି କମିଶନରେଟ ପୋଲିସ ।
ଯଦିଓ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ, ତେବେ ପୂର୍ବଶତ୍ରୁତା କିମ୍ବା ମଦ୍ୟପାନ କରି ବଚସା ଯୋଗୁଁ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ । ପୋଲିସର ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ।