Advertisement
Article Detail0/zeeodisha/odisha691590
Zee OdishaOdisha Khabarମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧,୧୧,୧୧୧ ଟଙ୍କା ସହାୟତା କଲା ଏହି ସଂଘ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧,୧୧,୧୧୧ ଟଙ୍କା ସହାୟତା କଲା ଏହି ସଂଘ

ସଂଘ ପକ୍ଷରୁ କୁହାଯାଇଛି, କୋଭିଡ-୧୯ର ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଦୃଢନିଷ୍ଠା, ପ୍ରଚେଷ୍ଟା ଏବଂ ସମୟୋଚିତ ପଦକ୍ଷେପ ନେଉଛନ୍ତି । ତେଣୁ ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ ସାଧୁବାଦ ଜଣାଉଛି ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ । କୋରୋନା ମୁକାବିଲା ପାଇଁ ୧୧,୧୧,୧୧୧ ଟଙ୍କାର ସହାୟତା କରିଛି ସଂଘ । ଆଜି ସଂଘର ସାଧାରଣ ସମ୍ପାଦକ ଡଃ ଧୀରେନ୍ଦ୍ର କୁମାର ମହାପାତ୍ର ଏବଂ କୋଷାଧ୍ୟକ୍ଷ ଡଃ ଅଭୟ କୁମାର ବେହେରା ଚେକ୍ ମାଧ୍ୟମରେ ସହାୟତା ରାଶି ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି । 

ସଂଘ ପକ୍ଷରୁ କୁହାଯାଇଛି, କୋଭିଡ-୧୯ର ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଦୃଢନିଷ୍ଠା, ପ୍ରଚେଷ୍ଟା ଏବଂ ସମୟୋଚିତ ପଦକ୍ଷେପ ନେଉଛନ୍ତି । ତେଣୁ ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ ସାଧୁବାଦ ଜଣାଉଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତାର ହାତ ବଢ଼ାଇବା ପାଇଁ ସଂଘର ସଦସ୍ୟମାନେ ଆଗେଇ ଆସିଛନ୍ତି । ସ୍ୱଚ୍ଛାକୃତ ଭାବେ ସହଯୋଗ କରିଛନ୍ତି । 

ତେବେ ପ୍ରଥମ ପର୍ଯ୍ୟାୟରେ ୧୧ଲକ୍ଷ ୧୧ ହଜାର ୧୧୧ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆହୁରି ଅନେକ ସଦସ୍ୟ ସହାୟତା ପ୍ରଦାନ କରିବାକୁ ଆଗଭର ଅଛନ୍ତି । ଆଗାମୀ ୧୭ ତାରିଖ ସୁଦ୍ଧା ସେମାନଙ୍କ ଠାରୁ ଟଙ୍କା ସଂଗ୍ରହ କରାଯିବ । ପରେ ଦ୍ୱିତୀୟ ପର୍ଯ୍ୟୟ ସହାୟତା ରାଶି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦିଆଯିବ ବୋଲି ଏହି ସଂଘ ପକ୍ଷରୁ କୁହାଯାଇଛି । 

Add Zee News as a Preferred Source
About the Author