ଆଜି ଆଉ ଏତେ ସପନକୁ ରାତି ନାହିଁ । ସେଦିନର ଚିତ୍ର ଆଉ ଆଜିର ଚିତ୍ର ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି ।
Trending Photos
)
ଦୀପକ ଦାସ, ସାଲେପୁର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ ନେଇ କେତେ ସଜବାଜ । ମୌସୁମୀର ବର୍ଷା ବୁନ୍ଦା ଭିଜାଉଛି ଧରଣୀ ମାଆକୁ । ଶୀତଳତାର ପରସରେ ହସି ଉଠୁଛି ଗଛରେ ନୂଆ କରି କଅଁଳି ଥିବା ସବୁଜ ପତ୍ର । ରଜସ୍ଫଳା ଧରିତ୍ରୀ ମାଆ ସୁଚେଇ ଦେଉଛି ଆଷଢ଼ର ହୋଇଛି ଆଗମନ। ସେ ଖୁସିରେ ବି ଆଜି ଚଷାପୁଅର ଗୋଡ଼ ତଳେ ଲାଗୁନି । ତେବେ ଏହି ଖୁସି ଆଉ ଆନନ୍ଦ ଉତ୍ସବର ମାହୋଲ ମଝିରେ ପାଚେରୀ ଛିଡା ହୋଇଛି ମହାମାରୀ ।
ଆଜି ହେଉଛି ପହିଲି ରଜ । କଟକ ସାଲେପୁରରେ ରଜ ପର୍ବ ଗାଁ ଗାଁରେ ଧୁମଧାମରେ ପାଳନ ହୁଏ । ଏ ବର୍ଷ ରଜ ଆସିଛି ସତ, ହେଲେ ମହାମାରୀ କରୋନାର କରାଳ ରୂପ ପାଖରେ ରଜ ମଉଜ ମଉଳି ଯାଇଛି । ରଜ ଖଳା ଆମ୍ବତୋଟା, ବରଗଛ ଓହଳ ସବୁଠି ଖାଁ ଖାଁ ପରିବେଶ ସୃଷ୍ଟି ହୋଇଯାଇଛି । ରଜ ଆସିଲେ ପୁରା ପରିବେଶ ଉତ୍ସବ ମୁଖର ହୋଇଉଠୁଥିଲା । କିନ୍ତୁ ଏଭଳି ବିପତ୍ତି ସମୟରେ ରଜ ପାଳନ ହେଉଛି ସତ, ହେଲେ ଆମ୍ବ ତୋଟା, ବରଗଛ ଓହଳ କି ରଜଖଳାରେ ନୁହେଁ, କେବଳ ଘରେ ରହି ସାମାଜିକ ଦୂରତା ସହ ସରକାରଙ୍କ କଟକଣାକୁ ମାନି ଝିଅମାନେ ପାଳନ କରୁଛନ୍ତି ପହିଲି ରଜ । ସାଲେପୁରରେ ପୁଣି ସଡଡାଉନର କଟକଣା ।

ପ୍ରତ୍ୟକ ବର୍ଷ ଗାଁ ଆମ୍ବତୋଟା ରଜ ଖଳାରେ ଏକାଧିକ ଭଳିକି ଭଳି ଦୋଳି ଲାଗିଥାଏ । ଝିଅମାନେ ନୂଆ ନୂଆ ଡ୍ରେସ୍ ପିନ୍ଧି, ପାଦରେ ଅଳତା, ମଥାରେ କୁଙ୍କୁମ ଲଗାଇ ରଜପାନ ଖାଇ ଚାଲିଆସନ୍ତି ସାଙ୍ଗସାଥୀ ମେଳକୁ । ଏ ଗାଁରୁ ସେ ଗାଁ ବୁଲି ଦୋଳି ଖେଳିବାକୁ ଆସିଥାନ୍ତି । ପୋଡ଼ପିଠା ଓ ରଜ ପାନର ମଜା ନେବାସହ ଲୁଡୁ, ତାସ, ବାଗୁଡ଼ି ଖେଳର ଆସର ଜମେ । କେବଳ ଝିଅମାନେ କାହିଁକି, ପୁଅ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ମହିଳା ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇଥାନ୍ତି ।
ରଜ ମହୋତ୍ସବକୁ ଆହରୁ ରଙ୍ଗୀନ କରିବାକୁ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜକ କରନ୍ତି । ଆଜି ଆଉ ଏତେ ସପନକୁ ରାତି ନାହିଁ । ସେଦିନର ଚିତ୍ର ଆଉ ଆଜିର ଚିତ୍ର ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି । ଏଠି ଜୀବନର ମୂଲ୍ୟକୁ ବୁଝିଛନ୍ତି ସମସ୍ତେ । ସରକାରଙ୍କ କଟକଣାକୁ ମାନି ଝିଅ, ବୋହୂମାନେ ପହିଲି ରଜ ଘରେ ପରିବାର ସହ ପାଳନ କରିଛନ୍ତି । କୋରୋନା କଟକଣା ପାଇଁ ରଜ ମହୋତ୍ସବର ଆୟୋଜକମାନେ ଏ ବର୍ଷ ପୁରା ରଜ ମହୋତ୍ସବକୁ ବନ୍ଦ ରଖିଛନ୍ତି ।